ସିବିଆଇ ନିର୍ଦେଶକ ପଦବୀରୁ ଆଲୋକ ବର୍ମାଙ୍କୁ ହଟାଇବା ପରେ ବଢ଼ିଲା ବିବାଦ : ସୁପ୍ରିମକୋର୍ଟ ବିଚାରପତି ଏ.କେ.ସିକ୍ରି ସରକାରଙ୍କ ଅଫରକୁ କଲେ ପ୍ରତ୍ୟାଖ୍ୟାନ

Published By : Prameya-News7 Bureau | January 14, 2019 IST

ଦିଲ୍ଲୀ ୧୪/୧ : ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦେଶକ ପଦରୁ ହଟାଇବା ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭୋଟ କରିଥିବା ସୁପ୍ରିମକୋର୍ଟ ବିଚାରପତି ଏ.କେ.ସିକ୍ରି ଲଣ୍ଡନରେ ଅବସ୍ଥିତ ରାଷ୍ଟ୍ରମଣ୍ଡଳ ସଚିବାଳୟ ପଂଚାୟତି ଟ୍ରିବୁନାଲ ପାଇଁ ମନୋନୟନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି | ଏଥିପାଇଁ ଜଷ୍ଟିସ ସିକ୍ରି ଡିସେମ୍ବର ମାସରେ ସହମତି ଦେଇଥିଲେ କିନ୍ତୁ ସିବିଆଇ ଏବଂ ରାଫେଲ ବିବାଦ ସହ ଏହି ପ୍ରସଙ୍ଗକୁ ଯୋଡ଼ାଯିବା ପରେ ଜଷ୍ଟିସ ସିକ୍ରି ଦେଇଥିବା ମଞ୍ଜୁରୀକୁ ଫେରାଇ ନେଇଛନ୍ତି |

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ପରେ ଜଷ୍ଟିସ ସିକ୍ରି ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି | ଏହି ଦୃଷ୍ଟିକୋଣରୁ ସରକାର ସିଏସଏଟି ପାଇଁ ତାଙ୍କ ନାଁ ସୁପାରିଶ ନିଷ୍ପତ୍ତି ଗତ ମାସରେ ନେଇଥିଲେ | ଏଥିପାଇଁ ଜଷ୍ଟିସ ସିକ୍ରି ମଧ୍ୟ ନିଜର ସହମତି ପ୍ରଦାନ କରିଥିଲେ | ଏହି ପଦବୀରେ ବର୍ଷକୁ ୨ଟି କିମ୍ବା ୩ଟି ରାୟ ଶୁଣାଣି କରିବାକୁ ହୋଇଥାଏ ଏବଂ ଏଥିପାଇଁ ପାରିଶ୍ରମିକ ଦିଆଯାଇନଥାଏ |

{"id":73759,"width":588,"height":252}

ସରକାରଙ୍କ ତରଫରୁ ଜଷ୍ଟିସ ସିକ୍ରିଙ୍କ ନୋମିନେସନ ପ୍ରସ୍ତାବ ଉପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଶ୍ନ କରି ରାଫେଲ ବିବାଦ ସହ ଯୋଡ଼ିଥିଲେ | ରାହୁଲ ଗାନ୍ଧୀ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଥିଲେ ଯେ, ମୋଦି ରାଫେଲ ବିବାଦକୁ ଘୋଡେଇବାକୁ ଚେଷ୍ଟା କରୁଛନ୍ତି | ମୋଦିଙ୍କ ଉପରେ ରାହୁଲ ଅଭିଯୋଗ ଆଣିଥିଲେ ଯେ, ମୋଦି ଡରିଯାଇଛନ୍ତି , ଭ୍ରଷ୍ଟ ହୋଇଗଲେଣି ଏବଂ ସଂସ୍ଥାଗୁଡିକୁ ବରବାଦ କରୁଛନ୍ତି | ରାହୁଲଙ୍କ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ ମଧ୍ୟ ରାଫେଲ ମାମଲାରେ ସରକାରଙ୍କୁ ଟାର୍ଗେଟ କରିଥିଲେ | ସେ କହିଥିଲେ ଏମିତି ଅନେକ ମାମଲା ରହିଛି ଯେଉଁଥିରେ ସରକାରଙ୍କ ଜବାବ ନିହାତି ଦରକାର |

ଜଷ୍ଟିସ ସିକ୍ରିଙ୍କ ମନୋନୟନ ବିବାଦ ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କୁ ପଦବୀରୁ ହଟାଇବା ପରେ ଆରମ୍ଭ ହୋଇଛି | ୩ ସଦସ୍ୟ ଵିଶିଷ୍ଟ ପାନେଲ ଆଲୋକ ବର୍ମାଙ୍କୁ ପଦବୀରୁ ହଟାଇବା ନିଷ୍ପତ୍ତି ନେଇଥିଲେ | ୨-୧ ଭୋଟରେ ବହିଷ୍କାର ନିଷ୍ପତ୍ତି ନିଆଯାଇଥିଲା | ଖାଡ଼ଗେ, ପାନେଲର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ | କିନ୍ତୁ ଜଷ୍ଟିସ ସିକ୍ରି ଏବଂ ମୋଦିଙ୍କ ଭୋଟରେ ଆଲୋକ ବର୍ମାଙ୍କୁ ପଦବୀରୁ ହଟାଯାଇଥିଲା |

{"id":73760,"width":577,"height":319}

ରବିବାର ଦିନ ରାହୁଲ ଗାନ୍ଧୀ ସିକ୍ରିଙ୍କ ମନୋନୟନର ଏକ ମିଡ଼ିଆ ରିପୋର୍ଟ ସହ ଟ୍ୱିଟ କରି କହିଥିଲେ ଯେ, ନ୍ୟାୟର ସବୁବେଳେ ଅପବ୍ୟବହାର କରାଯାଉଛି ଏବଂ ଅରାଜକତା ରାଜ କରୁଛି | ରାହୁଲ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରି କହିଥିଲେ ଯେ, ମୋଦି ରାଫେଲ ମାମଲାକୁ ସମ୍ପୂର୍ଣ ଭାବେ ଘୋଡେଇବାକୁ ଚେଷ୍ଟା କରୁଛନ୍ତି |

ସରକାରୀ ସୂତ୍ରରୁ ଜଣାପଡିଛି ଯେ, ଗତ ମାସରେ କମନବେଲଥ ଟ୍ରିବୁନାଲ ନିଯୁକ୍ତି ପାଇଁ ସିକ୍ରି ମୌଖିକ ଭାବେ ମଞ୍ଜୁରୀ ପ୍ରଦାନ କରିଥିଲେ | କିନ୍ତୁ ରବିବାର ଦିନ ଆଇନ ମନ୍ତ୍ରାଳୟକୁ ଚିଠି ଲେଖି ସିକ୍ରି ନିଜର ସହମତି ଫେରାଇ ନେବାକୁ କହିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.