ଲଖିମପୁର ଖିରୀରେ ପହଞ୍ଚିଲେ ରାହୁଲ ଓ ପ୍ରିୟଙ୍କା, ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବେ : ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | October 06, 2021 IST

ଲକ୍ଷ୍ନୌ ୦୬/୧୦ : ଲଖିମପୁର ଖିରୀରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି । ତାଙ୍କ ସହ ପଞ୍ଜାବର ସିଏମ ଚରଣଜିତ ସିଂ ଚନ୍ନୀ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ଖିରୀରେ ପହଞ୍ଚିଛନ୍ତି । ଏମାନେ ସମସ୍ତେ ଲଖିମପୁର ହିଂସା ଘଟଣାରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ଭେଟିବା କାର୍ଯ୍ୟକ୍ରମ ରହିଛି । ରାଜନେତାମାନେ ଆସିଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ରାହୁଲ ଗାନ୍ଧି ପ୍ରଥମେ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିବା ପାଇଁ ସୀତାପୁରରେ ପହଞ୍ଚିଥିଲେ। ୟୁପି ପ୍ରଶାସନ ଦ୍ୱାରା ପ୍ରିୟଙ୍କାଙ୍କୁ ସେଠାରେ ଥିବା ପିଏସି ଗେଷ୍ଟ ହାଉସରେ ଗିରଫ କରି ରଖାଯାଇଥିଲା । ଆଜି ତାଙ୍କୁ ସୀତାପୁରର ଅସ୍ଥାୟୀ ଜେଲରୁ ମୁକ୍ତ କରାଯାଇଥିଲା । ତେବେ ଆଜି ରାତିରେ ଚାଷୀଙ୍କ ପରିବାର ସହ ସାକ୍ଷାତ ପରେ ହିଁ ରାହୁଲ ଗାନ୍ଧି ଦିଲ୍ଲୀ ଫେରିଯିବେ ।

ଲଖିମପୁରରେ ପହଞ୍ଚିବା ପରେ ରାହୁଲ ଗାନ୍ଧି ପ୍ରଥମେ ହିଂସାରେ ପ୍ରାଣ ହରାଇଥିବା ସାମ୍ବାଦିକ ରମଣ କଶ୍ୟପଙ୍କ ଘରକୁ ଯିବାର କାର୍ଯ୍ୟକ୍ରମ ରହିଛି । ପରେ ମୃତକ ଚାଷୀଙ୍କ ଘରକୁ ଯାଇ ପରିବାର ଲୋକଙ୍କ ଭେଟି ଆଲୋଚନା କରିବେ । ଏହାପୂର୍ବରୁ ରାହୁଲ ଗାନ୍ଧି ଦିଲ୍ଲୀରୁ ଲକ୍ଷ୍ନୌ ପହଞ୍ଚିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ କାରକେଡ୍‌ରେ ବସି ଲଖିମପୁର ଯିବାକୁ କୁହାଯାଇଥିଲା । କିନ୍ତୁ ଏହାକୁ ନେଇ ସେ ଅରାଜି ହୋଇଥିଲେ । ଗିରଫ ଆଶଙ୍କାରେ ପ୍ରଶାସନକୁ ବିରୋଧ କରି ବିମାନବନ୍ଦର ଭିତରେ ହିଁ ଧାରଣାରେ ବସିରହିଥିଲେ । କଂଗ୍ରେସ କର୍ମୀମାନେ ଏ ସମ୍ପର୍କରେ ଜାଣିବାପରେ ବିମାନବନ୍ଦର ବାହାରେ ଭିଡ ଜମାଇଥିଲେ । ପରେ ତାଙ୍କୁ ଲଖିମପୁର ଯିବାକୁ ଅନୁମତି ମିଳିଥିଲା ।

{"width":780,"height":544}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.