ହୀରା ବାଙ୍କ ସ୍ୱାସ୍ଥ୍ୟକୁ ନେଇ ରାହୁଲ ଗାନ୍ଧିଙ୍କ ଚିନ୍ତା, tweet କରି କହିଲେ କଠିନ ସମୟରେ PM ମୋଦିଙ୍କ ପ୍ରତି ମୋର ସମର୍ଥନ
28/12/2022 at 4:25 PM

ନୂଆଦିଲ୍ଲୀ ୨୮।୧୨: ପ୍ରଧାନମନ୍ତ୍ରୀଙ୍କ ମା ହୀରା ବା ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମିଳିବା ପରେ କଂଗ୍ରେସ ସାଂସଦ ରାଦୁଲ ଗାନ୍ଧି ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ଏ ନେଇ ରାହୁଲ ଏକ ଟ୍ୱଟ୍ କରିଥିବା ବେଳେ ‘ମା ଓ ପୁଅ ମଧ୍ୟରେ ପ୍ରେମ ଅନନ୍ତ ଓ ଅମୂଲ୍ୟ, ମୋଦି ଜୀ ଏହି କଠିନ ସମୟରେ ମୋର ଭଲପାଇବା ଓ ସମର୍ଥନ ଆପଣଙ୍କ ସହିତ ରହିଛି’ ବୋଲି ଉଲ୍ଲେଖ କରିଛନ୍ତି।
एक मां और बेटे के बीच का प्यार अनन्त और अनमोल होता है।
— Rahul Gandhi (@RahulGandhi) December 28, 2022
मोदी जी, इस कठिन समय में मेरा प्यार और समर्थन आपके साथ है। मैं आशा करता हूं आपकी माताजी जल्द से जल्द स्वस्थ हो जाएं।
ସେହିପରି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ମଧ୍ୟ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମା ଅସୁସ୍ଥ ଥିବା ସମାଚାର ମିଳିଛି ବୋଲି ଉଲ୍ଲେଖ କରିଛନ୍ତି। ଏହି କ୍ଷଣରେ ଆମେ ସବୁ ତାଙ୍କ ସହିତ ବୋଲି ପ୍ରିୟଙ୍କା ଉଲ୍ଲେଖ କରିଛନ୍ତି ଓ ଈଶ୍ୱରଙ୍କୁ ତାଙ୍କର ତୁରନ୍ତ ସ୍ୱାସ୍ଥ୍ୟ ଲାଭ ଲାଗି ପ୍ରାର୍ଥନା କରିଛନ୍ତି। ତେବେ କିଛି ସମୟ ପୂର୍ବରୁ ହୀରା ବା ଭର୍ତ୍ତି ହୋଇଥିବା ହସ୍ପିଟାଲ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଏଥିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା କୁହାଯାଇଛି।
प्रधानमंत्री श्री @narendramodi जी की माता जी के अस्वस्थ होने का समाचार प्राप्त हुआ। इस घड़ी में हम सब उनके साथ हैं।
— Priyanka Gandhi Vadra (@priyankagandhi) December 28, 2022
मैं ईश्वर से प्रार्थना करती हूं कि उन्हें जल्द स्वास्थ्य लाभ मिले।
ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହୀରା ବାଙ୍କ ସ୍ୱାସ୍ଥ୍ୟାବସ୍ଥା ମଙ୍ଗଳବାର ଅଚାନକ ବିଗଡିଯାଇଥିଲା। ଏହା ପରେ ତାଙ୍କୁ ଅହମ୍ମଦାବାଦର ୟୁ.ଏନ.ମେହେଟ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ତାଙ୍କ ପରିବାରର ସବୁ ଲୋକେ ହସ୍ପିଟାଲରେ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସାନ ଭାଇ ପ୍ରହ୍ଲାଦ ପଟେଲଙ୍କ ପରିବାର ଡିସେମ୍ବର ୨୭ ତାରିଖ ଦିନ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ।
ପ୍ରହ୍ଲାଦ ପରିବାର ସହିତ ମୈସୁରର ବାନ୍ଦିପୁରା ଯାଉଥିବା ବେଳେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଗାଡିରେ ଯାତ୍ରା କରୁଥିବା ସବୁ ସଦସ୍ୟ ଅଳ୍ପ ବହୁତେ ଆହତ ହୋଇଛନ୍ତି। ସମସ୍ତଙ୍କୁ ମୈସୁରର ଜେଏସଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଗାଡିରେ ପ୍ରହ୍ଲାଦଙ୍କ ପୁଅ ମେହୁଲ ମଧ୍ୟ ଥିଲେ। ତାଙ୍କ ସହ ତାଙ୍କ ପିଲା ଓ ପରିବାର ମଧ୍ୟ ଥିଲେ।