ବୁଲଡୋଜର ସ୍ୱିଚ୍ଅଫ କରି ଅନ୍‌ ହେଉ ପାୱାର ପ୍ଲାଣ୍ଟ, ମାତ୍ର ୮ ଦିନ ପାଇଁ ବଞ୍ଚିଛି କୋଇଲା: ରାହୁଲ ଗାନ୍ଧି

Published By : Prameya-News7 Bureau | April 20, 2022 IST

ନୂଆଦିଲ୍ଲୀ ୨୦।୪: ଦିଲ୍ଲୀ ଓ ମଧ୍ୟପ୍ରଦେଶର ଦଙ୍ଗାଗ୍ରସ୍ତ ଅଞ୍ଚଳରେ ବୁଲଡୋଜର ରାଜନୀତିକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଧବାର ନାପସନ୍ଦ କରିଛନ୍ତି।  ସରକାର ବୁଲ୍ଡୋଜରର ସ୍ୱିଚ୍ ଅପ କରି ପାୱାର ପ୍ଲାଣ୍ଟ ଅନ୍ କରନ୍ତୁ ବୋଲି କହିଛନ୍ତି। ଏ ବାବଦେ ଏକ ଟ୍ୱିଟ୍ କରି ରାହୁଲ ଦେଶର ଶକ୍ତି ସଂକଟ ପ୍ରସଙ୍ଗ ଉତଥାପନ କରିଛନ୍ତି। ଏବେ ମାତ୍ର ୮ ଦିନ ଲାଗି କୋଇଲା ବଳକା ରହିଛି। ଯଦି ଦେଶର ଶକ୍ତି ପ୍ରକଳ୍ପମାନଙ୍କୁ ଉପଯୁକ୍ତ ସମୟରେ କୋଇଲା ଯୋଗାଇ ଦିଆ ନଯାଏ ଗୁରୁତର ଶକ୍ତି ସଂକଟ ଦେଖା ଦେବ ବୋଲି ରାହୁଲ ଉଲ୍ଲେଖ କରିଛନ୍ତି।

wp:embed {"url":"https://twitter.com/RahulGandhi/status/1516625062597566466","type":"rich","providerNameSlug":"twitter","responsive":true}
https://twitter.com/RahulGandhi/status/1516625062597566466
/wp:embed

ରାହୁଲ  କହିଛନ୍ତି ଯେ ଗତ ୮ ବର୍ଷରେ ବଡ଼ ବଡ଼ କଥାର ପ୍ରଭାବ ଏବେ ଏଇଆ ଯେ ଦେଶରେ ମାତ୍ର ୮ ଦିନ ଲାଗି କୋଇଲା ସଞ୍ଚୟ ଅଛି। ଏଥିରେ କେତେବେଳେ ବି ଦେଶକୁ ପାୱାର ପ୍ଲାଣ୍ଟ ବନ୍ଦର ଝଟକା ଲାଗିବା ପୂର୍ବରୁ ସରକାର ଏହାର ସମୂଚିତ ସମାଧାନ କରନ୍ତୁ। ମୂଲ୍ୟବୃଦ୍ଧି ଜନିତ ମାନ୍ଦା ବସ୍ଥାରେ ଯଦି ବିଦ୍ୟୁତ ସଂକଟ ଉପୁଜିଲା ତେବେ ବିଦ୍ୟୁତ କାଟ ଯୋଗୁ ସୁକ୍ଷ୍ମ ଓ ଲଘୁ ଉଦ୍ୟୋଗ ପ୍ରଭାବିତ ହେବା ନିଶ୍ଚିତ ବୋଲି ରାହୁଲ ଉଲ୍ଲେଖ କରିଛନ୍ତି। ଏପରି ହେଲେ ବେକାରୀ ବଢିବା ସହିତ ଆର୍ଥିକ ସନ୍ତୁଳନ ପୁଣି ବିଗିଡିବ ବୋଲି ମଧ୍ୟ ସତର୍କ କରାଇ ଦେଇଛନ୍ତି।

wp:embed {"url":"https://twitter.com/RahulGandhi/status/1516712594937040896","type":"rich","providerNameSlug":"twitter","responsive":true}
https://twitter.com/RahulGandhi/status/1516712594937040896
/wp:embed

ଏଣୁ ଘୃଣାର ବୁଲଡୋଜର ସ୍ୱିଚ୍‌ ଅପ କରି ପାୱାର ପ୍ଲାଣ୍ଟ ସ୍ୱିଚ୍ କିପରି ଅନ ରହିବ ତାର ବନ୍ଦୋବସ୍ତ କରନ୍ତୁ ବୋଲି ରାହୁଲ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ରାହୁଲ ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ଓ ମଧ୍ୟପ୍ରଦେଶ ଦଙ୍ଗା କ୍ଷେତ୍ରରେ ବୁଲଡୋଜର ଚଳା ଘଟଣାକୁ ନିନ୍ଦା କରିଛନ୍ତି। ବିଜେପି ଜାଣିଶୁଣି ଦେଶରେ ଦଙ୍ଗା କରାଉଥିବାର ରାହୁଲ ଅଭିଯୋଗ କରିଛନ୍ତି।

wp:embed {"url":"https://twitter.com/INCIndia/status/1516700699131789312","type":"rich","providerNameSlug":"twitter","responsive":true}
https://twitter.com/INCIndia/status/1516700699131789312
/wp:embed

ସେହିପରି କଂଗ୍ରେସ ପାର୍ଟି ମଧ୍ୟ ଟ୍ୱିଟ୍‌ କରି ଭାରତ ନିକଟରେ ଏବେ ମାତ୍ର ୮ ଦିନର କୋଇଲା ବଳକା ଥିବା ଓ  ବିଜେପିର ଘୃଣାର ରାଜନୀତିରେ ସଡକ ଉପରେ ଟାୟାର ଜଳିଲେ ଲୋକଙ୍କ ଘର ଆଲୋକିତ ହେବନି ବୋଲି କହିଛି । ଯଦି ସରକାରଙ୍କ ବୁଲଡୋଜର ଉପରେ ଏତେ ଭରସା ତେବେ ଅଋଣାଚଲ ପ୍ରଦେଶ ଓ ଲଦ୍ଦାଖରେ ଚୀନ୍ କରୁଥିବା ଅବୈଧ ନିର୍ମାଣ ଉପରେ କେବେ ଚାଲିବ ବୋଲି ପ୍ରଶ୍ନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.