୨୩ ସେପ୍ଟେମ୍ବରରେ ରାହୁ-କେତୁ ଚଳଣ : କେଉଁ ରାଶିରେ କ’ଣ ପ୍ରଭାବ ,ଆପଣଙ୍କ ରାଶିରେ କେତେ ଶୁଭ-ଅଶୁଭ...

Published By : Prameya-News7 Bureau | August 25, 2020 IST

ସେପ୍ଟେମ୍ବର ମାସରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ରରେ ପାପ ଗ୍ରହ ଭାବେ ରାହୁ ଏବଂ କେତୁ ସବୁବେଳେ ଏକାଠି ରାଶି ପରିବର୍ତ୍ତନ କରିଥାନ୍ତି। ସେପ୍ଟେମ୍ବର ୨୩ତାରିଖରେ ରାହୁ ଶୁକ୍ରଙ୍କ ରାଶି ବୃଷରେ ଏବଂ କେତୁ ମଙ୍ଗଳର ରାଶି ବିଛାରେ ଆସିବେ। ଜ୍ୟୋତିଷ ଶାସ୍ତ୍ରରେ ରାହୁ-କେତୁଙ୍କୁ ଛାୟା ଗ୍ରହ କୁହାଯାଇଥାଏ। ରାହୁ-କେତୁ ଯଦି ବିଗିଡ଼ି ଯିବେ ତେବେ ଜୀବନକୁ ନର୍କ କରିଦେବେ ଏବଂ ଯଦି ଦୟା କରିବେ ତେ​‌ବେ ଗରିବଙ୍କୁ ରାଜା କରି ଦେବେ। ଏଥିପାଇଁ ଏହି ୨ଜଣଙ୍କ ରାଶି ପରିବର୍ତ୍ତନ ଅନେକ ଲୋକଙ୍କ ପାଇଁ ଆଶ୍ବସ୍ତି ଆଣିବାବେଳେ କେତେକ ରାଶିର ବ୍ୟକ୍ତିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଏହି ଦୁଇଟି ଗ୍ରହର ଗୋଚରରେ ରାଶିର ବ୍ୟକ୍ତିଙ୍କ ସହ ରାଜ୍ୟ ଏବଂ ପ୍ରଶାସନ ପ୍ରତି ପ୍ରଭାବ ଦେଖିବାକୁ ମିଳିବ। ମେଷ,କର୍କଟ,ସିଂହ,ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ରହିବ। ଅନ୍ୟ ରାଶିର ବ୍ୟକ୍ତିଙ୍କ ପାଇଁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ। ରାହୁ ଗ୍ରହ ସେପ୍ଟେମ୍ବର ୨୩ତାରିଖ ସକାଳେ ୫:୨୮ ମିଥୁନ ରାଶିରୁ ବୃଷ ରାଶିରେ ଗୋଚର କରିବ। ଏଠାରେ ୨୦୨୨ମସିହା ଅପ୍ରେଲ୍ ୧୨ତାରିଖ ଯାଏଁ ରହିବ। ରାହୁର ଏହି ରାଶି ପରିବର୍ତ୍ତନ ଏବର୍ଷର ସବୁଠୁ ବଡ଼ ଜ୍ୟୋତିଷ ଘଟଣା ମଧ୍ୟରେ ଗୋଟିଏ ହେବ। ଏହି ପ୍ରକାର,କେତୁଙ୍କ ଗୋଚର ସେପ୍ଟେମ୍ବର ୨୩ତାରିଖରେ ସକାଳେ ୭.୩୮ରେ ଧନୁ ରାଶିରୁ ବିଛା ରାଶିରେ ହେବ। ଏଠାରେ ୨୦୨୨ ଅପେଲ୍ ୧୨ତାରିଖରେ ସକାଳ ୮.୪୪ଯାଏଁ ରହିବ। ଏହାର କେତେକ ରାଶି ଉପରେ ଶୁଭ ଏବଂ ଅଶୁଭ ଦୁଇ ପ୍ରକାରର ପ୍ରଭାବ ପଡ଼ିବ। ଏହାକୁ ମଙ୍ଗଳର ଛାୟା ଗ୍ରହ କୁହାଯାଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ରାହୁ ଏକ ଅଶୁଭ ଗ୍ରହ। ଅନ୍ୟ ଗ୍ରହ ତୁଳନାରେ ଏହାର କୌଣସି ବାସ୍ତବିକ୍ ଆକାର ନାହିଁ। ଏଥିପାଇଁ ରାହୁଙ୍କୁ ଛାୟା ଗ୍ରହ କୁହାଯାଇଥାଏ। ସ୍ବଭାବ ଅନୁସାରେ,ରାହୁଙ୍କୁ ପାପୀ ଗ୍ରହର ସଂଜ୍ଞା ଦିଆଯାଇଛି। ସାଧାରଣତଃ ଜାତକରେ ରାହୁଙ୍କ ନାଁ ଶୁଣିବା ମାତ୍ରେ ଲୋକଙ୍କ ମନରେ ଭୟ ଉତ୍ପନ୍ନ ହୋଇଥାଏ। କିନ୍ତୁ କୌଣସି ଗ୍ରହ ଶୁଭ କିମ୍ବା ଅଶୁଭ ହୋଇନଥାଏ ବରଂ ଏହାର ଫଳ ଶୁଭ-ଅଶୁଭ ହୋଇଥାଏ। ଯଦି ଜାତକ କୌଣସି ଗ୍ରହର ମଜବୁତ ସ୍ଥିତିରେ ହୋଇଥାଏ ତେବେ ଏହାର ଫଳ ନକରାତ୍ମକ ମିଳିଥାଏ। ରାହୁଙ୍କୁ ଅଶୁଭ ଫଳ ଦେଉଥିବା ଗ୍ରହ କୁହାଯାଇଥାଏ। କିନ୍ତୁ ଏହା ପୂରାପୂରି ସତ୍ୟ ନୁହେଁ। ରାହୁ ଜାତକରେ ଶୁଭ ହେଲେ ଶୁଭ ଫଳ ଦେଇଥାଏ। ଏହାର ଶୁଭ ଫଳ ଦ୍ବାରା ବ୍ୟକ୍ତି ଧନୀ ଏବଂ ରାଜଯୋଗ ସୁଖ ପ୍ରାପ୍ତ କରିଥାଏ। ଆସନ୍ତୁ ଜାଣିବା ସମସ୍ତ ରାଶି ଉପରେ ରାହୁ-କେତୁଙ୍କ ଏହି ଗୋଚରର ପ୍ରଭାବ ବିଷୟରେ

୧. ମେଷ : ଆପଣଙ୍କ ପାଇଁ ରାହୁଙ୍କ ଗୋଚର ଶୁଭ ପରିଣାମଦାୟକ ହେବ। କେତେକ କ୍ଷେତ୍ରରେ ଆପଣଙ୍କୁ ଦମଦାର ପରିଣାମ ମିଳିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆପଣଙ୍କ ସାହସ ବଢ଼ି। କିନ୍ତୁ  ବୈବାହିକ ଜୀବନରେ ଆପଣ ଅସାମଞ୍ଜସ୍ୟ ସ୍ଥିତିରେ ରହିବେ।
୨. ବୃଷ : ଗୋଚର ପ୍ରଭାବରେ ଆପଣଙ୍କ ଆର୍ଥିକ ଜୀବନ ପ୍ରଭାବିତ ହେବ। ପରିବାରରେ ମଧ୍ୟ କଳହ ସ୍ଥିତି ଉପୁଜିପାରେ। ପରିବାରରେ କୌଣସି କଥାକୁ ନେଇ ମତାନ୍ତର ହୋଇପାରେ। ଏହି ସମୟରେ କଥା କହିବାବେଳେ ସାବଧାନତା ଅବଲମ୍ବନ କରନ୍ତୁ।

୩. ମିଥୁନ : ଆପଣଙ୍କୁ ଶାରିରୀକ ଏବଂ ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହି ସମୟରେ ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବାକୁ ପଡ଼ିବ। ଆପଣଙ୍କୁ ନିଷ୍ପତ୍ତି ନେବାରେ ଅସୁବିଧା ହେବ। ଅଜଣା ଜିନିଷକୁ ନେଇ ଚିନ୍ତିତ ରହିପାରନ୍ତି।

୪.କର୍କଟ : ଆପଣଙ୍କୁ ବିଦେଶ ଯିବାକୁ ପଡ଼ିପାରେ।କିନ୍ତୁ ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବ। ଅଟକିଥିବା ଧନ ମିଳିପାରେ। କିନ୍ତୁ ଆପଣଙ୍କୁ ସାବଧାନତାର ସହ କାମ କରିବାର ଆବଶ୍ୟକତା ରହିଛି।

୫.ସିଂହ : ରାହୁଙ୍କ ଗୋଚର ଶୁଭ ପରିଣାମଦାୟକ ରହିବ। ଏହାର ପ୍ରଭାବରେ ଆପଣଙ୍କ ଆମଦାନୀ ବୃଦ୍ଧି ପାଇବ। ରାହୁଙ୍କ ଶୁଭ ପ୍ରଭାବ କାରଣରୁ ଆପଣଙ୍କୁ ନିଜ କାର୍ଯ୍ୟକ୍ଷେତ୍ରରେ ଉପଲବ୍ଧିର ସମ୍ମୁଖୀନ କରିବାକୁ ପଡ଼ିପାରେ।

୬. କନ୍ୟା : ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ବାଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଧୈର୍ଯ୍ୟ ସହକାରେ କାମ କରିବେ। କାର୍ଯ୍ୟକ୍ଷେତ୍ରରେ କାମ ବିଗିଡ଼ିପାରେ। ଆଧ୍ୟାତ୍ମିକ କ୍ଷେତ୍ରରେ ରୁଚି ବଢ଼ିବ।

୭. ତୁଳା : ଆପଣଙ୍କୁ ଭାଗ୍ୟ ପରିବର୍ତେ ନିଜ ପରିଶ୍ରମ ଉପରେ ଭରସା କରିବାକୁ ପଡ଼ିବ। ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତୁ। ଆପଣଙ୍କ ନୈତିକ ମୂଲ୍ୟ ପତନ ହେବ।

୮. ବିଛା : ଉଚ୍ଚ ଶିକ୍ଷା ପ୍ରାପ୍ତ କରୁଥିବା ଛାତ୍ରଛାତ୍ରୀଙ୍କ ଫାଇଦା ହେବ। ଖାସ୍ କରି ଯଦି ଆପଣ କୌଣସି ଗବେଷଣା କରୁଛନ୍ତି ତେବେ ରାହୁଙ୍କ ଗୋଚର ଆପଣଙ୍କୁ ସେଥିରେ ସଫଳତା ପ୍ରଦାନ କରିବ। ଗାଡ଼ି ଚଲାଇବାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ନିଶା ଅବସ୍ଥାରେ ଗାଡ଼ି ଚଲାନ୍ତୁ ନାହିଁ।

୯. ଧନୁ : ବ୍ୟବସାୟରେ କ୍ଷତି ସହିବେ। ଖାସ୍ କରି ପାର୍ଟନରଶିପରେ କାର୍ଯ୍ୟ କଲେ ଅଧିକ ଲାଭଦାୟକ ହେବ ନାହିଁ। ଏହି ଗୋଚର ଜୀବନ ସାଥୀ ସହ ମତଭେଦର କାରଣ ହୋଇପାରେ।

୧୦. ମକର : ରାହୁଙ୍କ ଗୋଚର ଦ୍ବାରା ଆପଣଙ୍କ କରଜ ବୃଦ୍ଧି ହୋଇପାରେ। ଆପଣ ଧ୍ୟାନର ସହ ଆର୍ଥିକ ନିଷ୍ପତ୍ତି ନେବେ। ଆପଣଙ୍କ ଶତ୍ରୃ ଆପଣଙ୍କ ଉପରେ ଭାରି ପଡ଼ିବେ। ତାଙ୍କଠୁ ସାବଧାନ ରହିବେ। ଏହି ସମୟରେ ଆପଣଙ୍କୁ ତାଙ୍କ କୁଚକ୍ରଠୁ ବଞ୍ଚି ରହିବାକୁ ପଡ଼ିବ।

୧୧. ଆପଣଙ୍କ ସନ୍ତାନଙ୍କୁ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିପାରେ। ସନ୍ତାନଙ୍କୁ ନେଇ ଆପଣ ଚିନ୍ତିତ ରହିବେ। ଯଦି ଆପଣ ଛାତ୍ର ତେବେ ଉଚ୍ଚ ାିକ୍ଷାରେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପ୍ରେମ ଜୀବନରେ ମଧ୍ୟ ସମସ୍ୟା ସୃଷ୍ଟି ହେବ।

୧୨. ମୀନ : ଆପଣଙ୍କ ମାଆଙ୍କ ଶାରିରୀକ ଅସୁସ୍ଥତା ଯୋଗୁଁ ଚିନ୍ତିତ ରହିପାରିବେ। ତାଙ୍କ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆପଣଙ୍କୁ ସୁଖର ଅଭାବ ହେବ। ଏହି ସମୟ​‌ରେ ଆପଣଙ୍କୁ ଧୈର୍ଯ୍ୟର ସହ କାମ କରିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.