ଛୋଟି ଦିଓ୍ବାଲିରେ ରାହୁ ଓ କେତୁ ବଦଳାଉଛନ୍ତି ନିଜ ଗତିପଥ : ଏହି ୩ଟି ରାଶିର ବ୍ୟକ୍ତିଙ୍କ ଫିଟିବ ବିବାହ ଯୋଗ

Published By : Prameya-News7 Bureau | October 26, 2019 IST

ଛୋଟି ଦିଓ୍ବାଲିରେ ରାହୁ କେତୁ ସେମାନଙ୍କର ଗତିପଥ ପରିବର୍ତ୍ତନ କରୁଛନ୍ତି ଯାହା ଫଳରେ କେତେକ ରାଶିର ବ୍ୟକ୍ତିଙ୍କ ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ ତ କେତେକ ରାଶିର ବ୍ୟକ୍ତିଙ୍କ ଜୀବନରେ ଅଶାନ୍ତି ଆସିପାରେ। ତେବେ ଆସନ୍ତୁ ଜାଣିବା ସେହି ରାଶିଗୁଡ଼ିକ ବିଷୟରେ ଯେଉଁମାନଙ୍କ ଘରେ ରାହୁ ଓ କେତି ଗତିପଥ ବଦଳାଇବା ଯୋଗୁଁ ଖୁସିର ଲହରୀ ଖେଳିଯିବ।

ତୁଳା ରାଶି: ଶାସ୍ତ୍ର ଅନୁସାରେ ଯଦି ତୁଳା ରାଶିର ବ୍ୟକ୍ତିମାନେ ବିବାହ କରିବାକୁ ଇଚ୍ଛୁକ ଥାଆନ୍ତି ତେବେ ତାଙ୍କ ବିବାହ ସ୍ଥିର ହୋଇପାରେ। ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଭଗବାନ ମହାଦେବଙ୍କ ପୂଜା କରିବା ଉତ୍ତମ ସାବ୍ୟସ୍ତ ହେବ ଏବଂ ଆପଣଙ୍କ ବୈବାହିକ ଜୀବନ ଆନନ୍ଦମୟ ରହିବ।

ମେଷ ରାଶି : ରାହୁ ଏବଂ କେତୁଙ୍କ ଗତିପଥ ପରିବର୍ତ୍ତନ ହେବା ଯୋଗୁଁ ମେଷ ରାଶିର ବ୍ୟକ୍ତିଙ୍କ ବିବାହ ଯୋଗ ହୋଇପାରେ। କିନ୍ତୁ ଆପଣ ବିବାହ କରିବାର ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ ଏବଂ ତରତର ହୁଅନ୍ତୁ ନାହିଁ।

କର୍କଟ ରାଶି : କର୍କଟ ରାଶିର ବ୍ୟକ୍ତିଙ୍କୁ ମନମୁତାବକ ଜୀବନସାଥୀ ମିଳିପାରେ। କେବଳ ଏତିକି ନୁହେଁ ଆପଣଙ୍କୁ ଏକ ଯୋଗ୍ୟ ଜୀବନସାଥୀ ମିଳିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.