ରାଜଧାନୀରେ ଛୋଟ ଛୁଆଙ୍କୁ ଲଗାଇ ଘର ଭିତରୁ ଲାପଟପ୍ ମୋବାଇଲ ପର୍ସ ଲୁଟି ନେଉଥିବା ବାପା ମାଆ ପିଲାଙ୍କୁ ଧରିଲେ ସ୍ଥାନୀୟ ଲୋକ
23/02/2020 at 9:20 PM

ଭୁବନେଶ୍ବର ୨୩।୦୨ – ଛୋଟ ଛୁଆଙ୍କୁ ଲଗାଇ ଘର ଭିତରୁ ଲାପଟପ୍ ମୋବାଇଲ ପର୍ସ ଲୁଟି ନେଉଥିବା ଲୁଟେରା ଗ୍ୟାଙ୍ଗ ଗିରଫ । କଳିଙ୍ଗବିହାର ଅଞ୍ଚଳରୁ ଗୋଟିଏ ପରିବାରର ବାପା ମା ଓ ୨ ଛୁଆଙ୍କୁ ଲୁଟ୍ କରୁଥିବା ବେଳେ ଧରିଲେ ଅଞ୍ଚଳବାସୀ ।
ତମାଣ୍ଡୋ ପୋଲିସର ଜିମା ଏହି ଲୁଟେରାଙ୍କୁ ହସ୍ତାନ୍ତର କରାଯାଇଛି ।
ବେଶ୍ ଚାଲିକି କରି ଏମାନେ ଛୋଟ ପିଲାଙ୍କୁ ଘର ଭିତରକୁ ପଠାଉଥିଲେ । ଗେଟ୍ କି ଦୁଆର ଖୋଲା ଥିବାବେଳେ କିମ୍ବା ତାଲା ପଡି ନଥିବା ଅବସ୍ଥାରେ ଛୋଟ ପିଲାଙ୍କୁ ଏମାନେ ଘର ଭିତରେ ପୁରାଉଥିଲେ । ଏମାନେ ବାହାରେ ଜଗି ରହୁଥିଲେ । ଦାମୀ ଜିନିଷ ପୁଟୁଳିରେ ପୁରାଇ ଚମ୍ପଟ ମାରୁଥିଲେ । ଅନେକ ସିସି ଟିଭିରେ ଏହାର ଦୃଶ୍ୟ ବି କଏଦ୍ ହୋଇଥିଲା । ଶେଷରେ ସ୍ଥାନୀୟ ଲୋକ ଏମାନଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି ।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023