ଦ୍ୱିତୀୟ ଥର ବାପା ହେଲେ ଆଜିଙ୍କ୍ୟା ରାହାଣେ, ପୁତ୍ର ସନ୍ତାନଙ୍କୁ ଜନ୍ମଦେଲେ ପତ୍ନୀ ରାଧିକା

Published By : Prameya-News7 Bureau | October 06, 2022 IST

ନୂଆଦିଲ୍ଲୀ ୦୬/୧୦: ଟିମ୍ ଇଣ୍ଡିଆର ଭେଟେରାନ କ୍ରିକେଟର ଆଜିଙ୍କ୍ୟା ରାହାଣେ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି । ଅକ୍ଟୋବରରେ ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବେ ବୋଲି ରାହାଣେଙ୍କ ପତ୍ନୀ ରାଧିକା କିଛି ସମୟ ପୂର୍ବରୁ ଏକ ପୋଷ୍ଟରେ ସୂଚନା ଦେଇଥିଲେ । ବର୍ତ୍ତମାନ ରାହାଣେ ପ୍ରଶଂସକଙ୍କ ମଧ୍ୟରେ ଏହି ଖୁସି ଖବର ସେୟାର କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ।

ବୁଧବାର ସନ୍ଧ୍ୟାରେ ରାହାଣେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, 'ଆମେ ଆମ ପୁଅକୁ ସ୍ୱାଗତ କରିଛୁ । ଉଭୟ ରାଧିକା ଏବଂ ପିଲା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତୁମର ପ୍ରେମ ଏବଂ ଆଶୀର୍ବାଦ ପାଇଁ ଅନେକ ଧନ୍ୟବାଦ । ରାହାଣେ ଏବଂ ତାଙ୍କ ପତ୍ନୀ ରାଧିକା ୨୦୧୯ରେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ । ସୌଭାଗ୍ୟବଶତ ସେ ତାଙ୍କ ଝିଅକୁ ଅକ୍ଟୋବରରେ ଜନ୍ମ ଦେଇଥିଲେ । ନିକଟରେ ରାହାଣେ ତାଙ୍କ ଝିଅ ଆର୍ଯ୍ୟାଙ୍କ ଜନ୍ମଦିନ ମଧ୍ୟ ପାଳନ କରିଥିଲେ ।

୨୦୧୪ ରେ ରାହାଣେ ଏବଂ ରାଧିକା ବିବାହ ବନ୍ଧନରେ ବାନ୍ଧିଥିଲେ । ପିଲାଦିନରୁ ଉଭୟ ପରସ୍ପରକୁ ଜାଣିଥିଲେ । ଆଜିଙ୍କ୍ୟା ଏବଂ ରାଧିକା ଗୋଟିଏ ବିଦ୍ୟାଳୟରେ ପାଠ ପଢୁଥିଲେ । ଅଜିଙ୍କ୍ୟା ରାହାଣେ ବର୍ତ୍ତମାନ ଟିମ୍ ଇଣ୍ଡିଆରୁ ଦୂରେଇ ରହୁଛନ୍ତି । ଚଳିତ ବର୍ଷ ଜାନୁଆରୀରେ ସେ ଭାରତ ପାଇଁ ଏକ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ସେ କେପଟାଉନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ମ୍ୟାଚ୍ ଖେଳିଥିଲେ । ତାଙ୍କ ଅଧିନାୟକତ୍ୱରେ ପଶ୍ଚିମ ଜୋନ୍ ଦଳ ନିକଟରେ ଦୁଲିପ୍ ଟ୍ରଫି ଚାମ୍ପିଅନ୍ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.