ବ୍ୟସ୍ତବହୁଳ ଜୀବନରୁ ଟିକିଏ ଅବିରାମ, ଢେଙ୍କାନାଳରେ ରାହାଗିରିର ମାହୋଲ

Published By : Prameya-News7 Bureau | January 08, 2023 IST

ଢେଙ୍କାନାଳ08 / 01: ବ୍ୟସ୍ତ ବହୁଳ ଜୀବନର ଜଞ୍ଜାଳରୁ କିଛି ମୁହୂର୍ତ୍ତ ନିଜକୁ ମୁକ୍ତି କରି ସମସ୍ତଙ୍କ ସାଥିରେ ମଜା ମସ୍ତିରେ ସମୟ ବିତାଇବାର ମାଧ୍ୟମ ରାହାଗିରି। ଓଡ଼ିଶାରେ ହକି ବିଶ୍ବକପର ପ୍ରଚାର ପ୍ରସାର ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନପକ୍ଷରୁ ରବିବାର ରାହାଗିରି ମାଧ୍ୟମରେ କାରାଯାଇଛି ଆଭିନବ ପ୍ରୟାସ। ଏଥିପାଇଁ ପ୍ରସ୍ତୁତି ମୁତାବକ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଟ୍ରାଫିକ ଛକରୁ ଗଣେଶ ବଜାର ଛକ ପର୍ଯ୍ୟନ୍ତ ସହର ମୁଖ୍ୟ ରାସ୍ତା ପାଲଟି ଯାଇଥିଲା ମନୋରଞ୍ଜନର ମାଧ୍ୟମ।

{"id":730529,"sizeSlug":"full","linkDestination":"none"}

ଢେଙ୍କାନାଳର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ସରକାରୀ ବେସରକାରୀ ସାଂସ୍ଥାର ଉଭୟ ମହିଳା ପୁରୁଷ, ପ୍ରଶାସନିକ ଆଧିକାରୀ, ଖେଳାଳୀ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏହି ରାହାଗିରିର ସାମିଲ ହୋଇଥିଇବା ଦେଖିବାକୁ ମିଳିଥିଲା। ରାସ୍ତାରେ ମହିଳା ମାନଙ୍କ ପକ୍ଷରୁ ଆକର୍ଷଣୀୟ ଝୋଟି ଦେଖିବାକୁ  ମିଳିଥିଲା। ଏହାସହ ସାମରିକ କଳା ପ୍ରତିଷ୍ଠାନ ପକ୍ଷରୁ ଟାଏକୁଣ୍ଡ, କୁସ୍ତି କରାଟେ ଓ ବିଭିନ୍ନ ଖେଳାଳି ମାନେ ବ୍ୟାଡମିଟନ ଓ କ୍ରିକେଟ ଆଦି ଖେଳୁଥିବା ଦେଖାଯାଇଥିଲା। ଆଉ ସେପଟେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କୁନିକୁନି କଳାକାରମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟରେ ଓଡିଶୀ ଓ ଆଦିବାସୀ ନୃତ୍ୟ ଲୋକଙ୍କୁ ବେଶ୍ ଆକର୍ଷିତ କରିଥିଲା। ଆଉ ଏହି ରାହାଗିରିର ଉତ୍ସବର ମାହୋଲରେ ବିଭିନ୍ନ ସ୍କୁଲ କଲେଜର ଛାତ୍ର ଛାତ୍ରୀ ମାନେ ନିଜକୁ ସାମିଲ କରି ମଜା ମସ୍ତିରେ ମସଗୁଳ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.