AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ରାଗିଂ ଯୋଗୁଁ ଆଇଟିଆଇ ଛାତ୍ର ଆତ୍ମହତ୍ୟା ଉଦ୍ୟମ ଘଟଣା : ମିଳିଲା ହାତଲେଖା ଚିଠି, ଲେଖାଯାଇଛି…

11/09/2022 at 1:31 PM

ଭଦ୍ରକ ୧୧।୦୯: ରାଗିଂ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ ଘଟଣା । ମିଳିଲା ହାତଲେଖା ଚିଠି । ଚିଠିଟି ଛାତ୍ର ଙ୍କର ହୋଇଥିବା ସନ୍ଦେହ । ଅନ୍ୟ ପାଖେ ରାଗିଂ ଖବରକୁ ଖଣ୍ଡନ କଲେ କଲେଜ କର୍ତ୍ତୃପକ୍ଷ । ଏପରି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ତିହିଡିରେ ଥିବା ଏକ ଘରୋଇ ଆଇଟିଆଇରେ ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି଼ ବଜାରରେ ଥିବା ଏକ ଘରୋଇ ଆଇଟିଆଇ କଲେଜରେ ଜଣେ ଛାତ୍ର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ରାଗିଂ ଅଭିଯୋଗ କରିଛନ୍ତି ପରିବାର ଲୋକ । ଏହି ରାଗିଂ ଫଳରେ ପ୍ରଥମ ବର୍ଷ ଇଲେକ୍ଟ୍ରି ବିଭାଗ ଛାତ୍ର ଆଶୁତୋଷ ମଲ୍ଲିକ ବିଷ ପିଇଦେଇଥିବା କୁହାଯାଉଛି । ଆଇଟିଆଇରୁ କଲେଜରୁ ଘରକୁ ଫେରିବା ପରେ ବାହାରକୁ ଆସି ବିଷ ପିଇ ଦେଇଥିଲେ । ତେବେ ରାସ୍ତାରେ ଅଚେତ ହୋଇ ପଡିବା ସହ ଗୁରୁତର ହେବାରୁ ପ୍ରଥମେ ତିହିଡି଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ତେବେ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ଏକ ଚିଠି ମିଳିଛି । ଯେଉଁ ଚିଠିଟି ଛାତ୍ରଙ୍କର ବୋଲି କୁହାଯାଉଛି । ସେ ମୋବାଇଲ ଚଳାଇ ନପାରିବା ଓ ଇଂଲିଶ ପଢି ନପାରିବାକୁ ନେଇ ସାଙ୍ଗମାନେ ମଜାକ କରିବା ସହ ଟାହି ଟାପରା କରାଯାଉଥିବା ଚିଠିରେ ଲେଖା ଯାଇଛି । ତେବେ ହାତ ଲେଖାଟି କାହାର ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ତିହିଡି ପୋଲିସ ଘଟଣା ପରେ କଲେଜ କର୍ତ୍ତୃପକ୍ଷଙ୍କୁ ପଚରାଉଚରା ଆରମ୍ଭ କରିଛି । କିନ୍ତୁ କଲେଜର ମୁଖ୍ୟ ପରିଚାଳକଙ୍କ କହିବା କଥା ଯେ ତାଙ୍କ ଅନୁଷ୍ଠାନରେ ପୂର୍ବରୁ ସେମିତି କୌଣସି ଘଟଣା ଘଟି ନାହିଁ । ଘଟଣାକୁ ନେଇ କଲେଜ ତରଫରୁ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି କହିଛନ୍ତି । ତିହିଡି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

   Related Posts