ମାଣ୍ଡିଆ ଦୂର କରେ ଅନେକ ସମସ୍ୟା, ଜାଣନ୍ତୁ ଏହାର ଫାଇଦା
23/12/2022 at 2:22 PM

ମୁମ୍ଵାଇ ୨୩।୧୨: ଦିନଥିଲା ମାଣ୍ଡିଆ ଗରିବଙ୍କ ଖାଦ୍ୟ ଭାବେ ଜଣାଶୁଣା ଥିଲା । ମାତ୍ର ଆଜି ଏହା ପ୍ରାୟ ସମ୍ଭ୍ରାନ୍ତ ପରିବାରର ସ୍ଥାନ ଅକ୍ତିଆର କରିଛି । ମାଣ୍ଡିଆ ପୋଷକ ତତ୍ତ୍ୱରେ ଭରପୂର। ଯେଉଁଥିରେ କ୍ୟାଲସିୟମ୍, ଭିଟାମିନ ଓ କାର୍ବୋ-ହାଇଡ୍ରେଟ୍ ଆଦି ରହିଛି। ଫାଇବରରେ ଭରା ମାଣ୍ଡିଆ କେବଳ ଓଜନକୁ ନିୟନ୍ତ୍ରଣ କରି ନଥାଏ, ବରଂ ପାଚନ ଶକ୍ତିକୁ ମଧ୍ୟ ତୀବ୍ର କରିଥାଏ । ମାଣ୍ଡିଆକୁ ଇଡଲୀ କିମ୍ବା ଅଟା ସହ ମିଶାଇ ରୁଟି ପ୍ରସ୍ତୁତ କରିପାରିବେ । ସକାଳ ସମୟରେ ମାଣ୍ଡିଆ ଖାଇବା ଦ୍ୱାରା ସାରା ଦିନ ସତେଜ ଅନୁଭବ କରିବେ । ଚାଲନ୍ତୁ ଦେଖିବା ମାଣ୍ଡିଆରେ କଣ ରହିଛି ଫାଇଦା। କ୍ୟାଲସିୟମ୍ ଅଭାବକୁ ଦୂରାଏ ବିଭିନ୍ନ ଖାଦ୍ୟଶସ୍ୟ ତୁଳନାରେ ସର୍ବାଧିକ। କ୍ୟାଲସିୟମ ମାଣ୍ଡିଆରେ ହିଁ ରହିଛି, ଯାହା ହାଡ଼ ଓ ଦାନ୍ତକୁ ମଜଭୂତ କରିଥାଏ।
ଏହାବ୍ୟତୀତ ଅଷ୍ଟିଓଫୋରୋସିସ୍ ପରି ସମସ୍ୟାକୁ ଦୂର କରିବାରେ ବେଶ୍ ସହାୟକ ହୋଇଥାଏ ମାଣ୍ଡିଆ। ମଧୁମେହକୁ ନିୟନ୍ତ୍ରଣ କରେ ଯଦି ମଧୁମେହ ସବୁବେଳେ ବଢି ରହୁଥାଏ । ତେବେ ମାଣ୍ଡିଆକୁ ଅଟା ସହ ମିଶାଇ ରୁଟି କରନ୍ତୁ। କିଛି ଦିନ ପରେ ମଧୁମେହ ନିୟନ୍ତ୍ରଣରେ ଆସିଯିବ। ଏଥିରେ ବହୁ ମାତ୍ରାରେ ପଲିଫୋନେଲ୍ ଓ ଡାଏଟରୀ ଫାଇବର ରହିଛି, ଯାହା ଶରୀରରେ ବଢୁଥିବା ଶର୍କରାସ୍ତରକୁ ନିୟନ୍ତ୍ରିତ କରିଥାଏ। ଚିନ୍ତା ଦୂର କରେ ମାଣ୍ଡିଆରେ ଭରପୂର ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟ ରହିଛି। ଯାହା ଚିନ୍ତାକୁ କମ୍ କରିଥାଏ । ସେହିପରି ଆଙ୍ଗ୍ଜାଇଟି, ଡିପ୍ରେସନ୍ ଓ ଚିନ୍ତାର ମଧ୍ୟ ଉପଚାର କରିଥାଏ । ଓଜନ କମାଏ ଏଥିରେ ଥିବା ଫାଇବର ଶୀଘ୍ର ହଜମ ହୋଇ ନଥାଏ, ଫଳରେ ଅଧିକ ସମୟ ଯାଏ ପେଟ ପୁରା ରହିଥାଏ।
ଏହାଦ୍ୱାରା ଓଭର୍ ଡାଏଟିଂରୁ ରକ୍ଷା ମିଳିଥାଏ । ମାଣ୍ଡିଆ ଖାଇବା ଦ୍ୱାରା ଅଧିକ ସମୟ ଯାଏ ଭୋକ ଲାଗି ନଥାଏ । ତେଣୁ ଓଜନ ଆପେ ଆପେ ନିୟନ୍ତ୍ରିତ ହୋଇଥାଏ । ଆନେମିଆ କମାଏ ମାଣ୍ଡିଆରେ ଥିବା ଆଇରନ ଆନେମିଆର ଉପଚାର କରିଥାଏ । ଶରୀରରେ ହିମୋଗ୍ଲୋବିନ୍ କମ୍ ଥିଲେ ମାଣ୍ଡିଆକୁ ଖାଦ୍ୟରେ ସାମିଲ୍ ନିଶ୍ଚୟ କରନ୍ତୁ । ଅଙ୍କୁରିତ ମାଣ୍ଡିଆ ଖାଇଲେ ଭିଟାମିନ୍-ସି ସ୍ତର ବଢିଥାଏ ।