ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହେଲେ ରଘୁରାମ ରାଜନ, ତାତ୍ସଲ୍ୟ କଲା ବିଜେପି, କହିଲା- ସେ ନିଜକୁ...

Published By : Prameya-News7 Bureau | December 14, 2022 IST

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଥିବା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହୋଇଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ବୁଧବାର ଏହାକୁ ନେଇ ରଘୁରାମ ରାଜନଙ୍କୁ ତାର୍ତ୍ସଲ୍ୟ କରିଛି ବିଜେପି। ଦଳ କହିଛି ଭାରତର ଅର୍ଥବ୍ୟବସ୍ଥା ଉପରେ ତାଙ୍କର ଟିପ୍ପଣୀକୁ ଏହା ଭାବି ଖାରଜ କରିଦେବା ଉଚିତ୍ କାରଣ ସେ ସୁବିଧାବାଦୀର ପରିଚାୟକ। ବିଜେପି ଆଇଟି ବିଭାଗର ପ୍ରମୁଖ ଅମିତ୍ ମାଲଭୀୟ କହିଛନ୍ତି, ଆରବିଆଇର ପୂର୍ବତନ ଗଭର୍ଣ୍ଣର ତଥା କଂଗ୍ରେସ ଦ୍ଵାରା ନିଯୁକ୍ତ ରଘୁରାମ ରାଜନଙ୍କ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ୍ ହେବା କୌଣସି ଆଶ୍ଚର୍ଯ୍ୟକର କଥା ନୁହେଁ। କାରଣ ସେ ନିଜକୁ ପରବର୍ତ୍ତୀ ମନମୋହନ ସିଂହ ଭାବେ ଦେଖୁଛନ୍ତି। ଭାରତର ଅର୍ଥବ୍ୟବସ୍ଥା ଉପରେ ତାଙ୍କ ଟିପ୍ପଣୀକୁ ତୁଚ୍ଛ ଭାବି ଖାରଜ କରିଦେବା ଉଚିତ୍। କାରଣ ସେ ଜଣେ ସୁବିଧାବାଦୀ ମଣିଷ।

wp:html /wp:html

ଅନ୍ୟପଟେ ବିଜେପିର ବୈଦେଶିକ ବିଭାଗର ମୁଖ୍ୟ ବିଜୟ ଚୌଥାଇଭାଲେ କହିଛନ୍ତି, ଆରବିଆଇର ଜଣେ ପୂର୍ବତନ ଗଭର୍ଣ୍ଣର ସରକାରଙ୍କ ପ୍ରମୁଖ ହେଲେ ଏବଂ ଦେଶର ୧୦ ବର୍ଷର  ମୂଲ୍ୟବାନ ସମୟକୁ ବର୍ବାଦ କରି ଦେଲେ। ମୋଦୀଙ୍କୁ ଧନ୍ୟବାଦ  ଭାରତ ଉକ୍ତ ଭୁଲ୍‌କୁ ଦୋହରାଇବ ନାହିଁ। ରଘୁରାମ ରାଜନ ଦିଲ୍ଲୀରୁ ଚିକାଗୋ ପାଦରେ ଚାଲି ଯାଇ ପାରିବେ।

wp:html /wp:html

ସୂଚନାଯୋଗ୍ୟ, ରଘୁରାମ ରାଜନ ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ ଭାରତ ଯୋଡୋ ଯାତ୍ରା ସମୟରେ ରାଜସ୍ଥାନରେ ଯୋଗ ଦେଇଥିଲେ। କଂଗ୍ରେସ ନେତୃତ୍ଵାଧୀନ ଏନଡିଏ ସରକାର ଅମଳରେ ରାଜନଙ୍କୁ ୨୦୧୩ ସେପ୍ଟେମ୍ବରରେ ଆରବିଆଇର ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଥିଲା। ସେ ଏହି ପଦରେ ୨୦୦୬ ପର୍ଯ୍ୟନ୍ତ ରହିଥିଲେ। ଏହା ପୂର୍ବରୁ ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମୁଦ୍ରା କୋଷର ମୁଖ୍ୟ ଅର୍ଥଶାସ୍ତ୍ରୀ ରହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.