ରଘୁନାଥପୁର ବୋମାମାଡ ଘଟଣାରେ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଠାଇନେଲା ପୋଲିସ
3/10/2018 at 1:14 PM

ଭୁବନେଶ୍ୱର ୩/୧୦ : ଭୁବନେଶ୍ବର ଉପକଣ୍ଠ ଡୁମୁଡୁମା ରଘୁନାଥନଗରରେ ବୋମାମାଡ ଘଟଣା । ଗଣ୍ଡଗୋଳ ଓ ପୋଲିସକୁ ଆକ୍ରମଣ ଘଟଣାରେ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଘରୁ ଉଠାଇ ନେଲା ପୋଲିସ । ସୋମବାର ଡୁମଡୁମା ବଜାରରେ ୩ଟି ଦୋକାନରେ ବୋମାମାଡ ହୋଇଥିଲା । ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଲୋକଙ୍କୁ ବୁଝାସୁଝା ପାଇଁ ଘଟଣାସ୍ଥଳକୁ ପୋଲିସ ଯାଇଥିଲା । ହେଲେ ପୋଲିସ ଉପରକୁ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକେ । ପିସିଆର ଭ୍ୟାନ ଭାଙ୍ଗିବା ବ୍ୟାପକ ପୋଡ଼ାଜଳା କରିଥିଲେ । ଆକ୍ରମଣରେ ଖଣ୍ଡଗିରି ଥାନା ଅଧିକାରୀଙ୍କ ସହ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଘଟଣାକୁ ନେଇ ୩ ଦିନ ଧରି ସରଙ୍କତରା ଓ ରଘୁନାଥନଗରରେ ଉତ୍ତେଜନା ଲାଗି ରହିଛି ।
Related Posts
ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ କାରାଦଣ୍ଡ ଦେଲେ ଅଦାଲତ
28 January 2023
ବନ ବିଭାଗ ଚଢ଼ଉ: ଚୋରା କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୨ ଗିରଫ
28 January 2023
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023