ରଘୁନାଥ ମନ୍ଦିରରେ ଅଗ୍ନିକାଣ୍ଡ, ଗ୍ୟାସ୍ ସିଲିଣ୍ଡର ଫାଟି ଲାଗିଲା ନିଆଁ

Published By : Prameya-News7 Bureau | March 20, 2022 IST

ଜୟପୁର, ୨୦/୦୩: ରଘୁନାଥ ମନ୍ଦିରରେ ଅଗ୍ନିକାଣ୍ଡ। କୋରାପୁଟ ଜିଲ୍ଲା ଜୟପୁରରେ ଥିବା ରଘୁନାଥ ମନ୍ଦିରରେ ଗ୍ୟାସ ସିଲିଣ୍ଡର ଫାଟି ଅଘଟଣ ଘଟିଛି।

ସୂଚନାନୁସାରେ, ରବିବାର ସକାଳେ ମନ୍ଦିରରେ ଥିବା ଏକ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା  । ଫଳରେ ଅଗ୍ନିକାଣ୍ଡ ଘଟିଥିଲା । ଏହା ଏତେ ଭୟଙ୍କର ଥିଲା ଯେ, କମ୍ ସମୟରେ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ସମେତ ଆଖପାଖକୁ ବ୍ୟାପି ଯାଇଥିଲା। ନିଆଁ ବାବଦରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସେମାନେ ପହଁଚି ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.