ନିଶ୍ଚିହ୍ନ ହୋଇଗଲା ୧୦୦ ବର୍ଷର ରଘୁନନ୍ଦନ ଲାଇବ୍ରେରୀ, ୫କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ନୂଆ ରୂପରେ କରିବ ଆତ୍ମ ପ୍ରକାଶ…

Published By : Prameya-News7 Bureau | September 03, 2019 IST

ପୁରୀ୩|୯: ଏମାର ମଠରେ ଥିବା ରଘୁନନ୍ଦନ ଲାଇବ୍ରେରୀ ହେବ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ପାଠାଗାର । ରାଜ୍ୟ ସରକାର ଏଥିପାଇଁ ୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଏମାର ମଠର ବଳକା ଜାଗାରେ ସଂପୁର୍ଣ୍ଣ ଡ଼ିଜିଟାଲାଜେସନ ସହ ଏଠାରେ ସ୍ଥାନ ପାଇବ ଜଗନ୍ନାଥଙ୍କ ସଂସ୍କୃତି ସଂପର୍କିତ ତାଳପତ୍ର ପୋଥି, ପାଣ୍ତୁଲିପି, ତାମ୍ରଫଳକ ଓ ଧର୍ମ ପୁସ୍ତକ ।

{"id":152570}

ନୂଆ ରୂପ ନେବ ଏମାର ମଠରେ ଥିବା  ରଘୁନନ୍ଦନ ଲାଇବ୍ରେରୀ । ଅତ୍ୟାଧୁନିକ ଏବଂ ଐତିହ୍ୟ ସଂପନ୍ନ ପାଠାଗାରରେ ପରିଣତ ହେବ ଏହା । ରାଜ୍ୟ ସରକାର ଏହି ପୁରାତନ ପାଠାଗାରାର ପୁନରୁଦ୍ଧାର ଓ ପୁନଃ ପ୍ରତିଷ୍ଠା ପାଇଁ ୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଏହି ଟଙ୍କାରେ ଏମାର ମଠର ବଳକା ଜାଗାରେ ପ୍ରତିଷ୍ଠା ହେବ ସଂପୁର୍ଣ୍ଣ ଅତ୍ୟାଧୁନିକ ବ୍ୟବସ୍ଥା ସହ ଏକ ଲାଇବ୍ରେରୀ । ତାଳପତ୍ର, ପୋଥି, ବିରଳ ପାଣ୍ତୁ ଲିପି, ତାମ୍ର ଫଳକ ଓ ପୁରାତନ ଧର୍ମ ପୁସ୍ତକ ଗୁଡ଼ିକର ଡ଼ିଜିଟାଲାଇଜେସନ ହେବ । ଜଗନ୍ନାଥ ସଂସ୍କୃତି ସଂପର୍କରେ ଥିବା ଦୁଷ୍ପ୍ରାପ୍ୟ ଗ୍ରନ୍ଥ, ଦଲିଲ ଓ ନଥିପତ୍ର ଗୁଡ଼ିକର ସଂରକ୍ଷଣ କରାଯିବ ଏହି ପାଠାଗାରରେ ।

{"id":152571}

୧୯୨୧ ମସିହାରେ ପ୍ରତିଷ୍ଠା ହୋଇଥିଲା ଏହି ଲାଇବ୍ରେରୀ । ଏହାକୁ ଏକ ଐତିହ୍ୟ ଲାଇବ୍ରେରୀର ମାନ୍ୟତା ଦେବା ପାଇଁ ବିଶ୍ବରେ ସ୍ଥାପିତ ଅନ୍ୟ ଗ୍ରନ୍ଥାଗାରଗୁଡ଼ିକୁ ଅନୁଧ୍ୟାନ କରାଯାଉଛି । ବର୍ତ୍ତମାନ ଏହି ଲାଇବ୍ରେରୀରୁ ଉଦ୍ଧାର ହୋଇଥିବା ପ୍ରାୟ ୫ ହଜାର ପୁସ୍ତକ ଓ ପୁରାତନ ଆସବାବପତ୍ର ଗୁଡ଼ିକର ସଂରକ୍ଷଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

{"id":152572}

ଇ-ଗ୍ରନ୍ଥାଳୟରେ ପୁସ୍ତକ ସବୁର ତାଲିକା ପ୍ରସ୍ତୁତ ଚାଲିଛି । ଏହା ସହ ନଷ୍ଟ ହୋଇଯାଉଥିବା ଗ୍ରନ୍ଥ ଗୁଡ଼ିକର ସଂରକ୍ଷଣ ଅତ୍ୟାଧୁନିକ ଶୈଳୀରେ ଜାରି ରହିଛି । ରାଜ୍ୟ ଅଭିଲେଖାଗାରର ୬ ଜଣ ବିଶେଷଜ୍ଞ ଏହାର ସଂରକ୍ଷଣ କାର୍ଯ୍ୟରେ ଲାଗିଥିବା ବେଳେ ଏହି ଲାଇବ୍ରେରୀଟି ଏବେ ଭୂଅର୍ଜନ ସମ୍ମିଳନୀ କକ୍ଷରେ କାର୍ଯ୍ୟ କରୁଛି ।     

{"id":152573}

                     

ଏମାର ମଠ ଉଚ୍ଛେଦ ବେଳେ  ରଘୁନନ୍ଦନ ଲାଇବ୍ରେରୀ କୋଠା ମଧ୍ୟ ନିଶ୍ଚିହ୍ନ ହୋଇଯାଇଛି । ତେବେ ନୂଆ ରୂପରେ ଏହା ପାଠକଙ୍କ ପାଇଁ ବେଶ ଉପଯୋଗ ହୋଇପାରିବ ବୋଲି ଆଶା …

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.