ମଧ୍ୟରାତିରେ ବସିଥାଏ ଦିଲ୍ଳୀର ଏହି ମାର୍କେଟ, ୧ ଟଙ୍କାରେ ମିଳେ ସାର୍ଟ ଏବଂ ୧୦ ଟଙ୍କାରେ ପ୍ୟାଣ୍ଟ...

Published By : Prameya-News7 Bureau | December 07, 2022 IST

ନୂଆଦିଲ୍ଲୀ, ୭/୧୨: ରାଜଧାନୀ ଦିଲ୍ଲୀରେ ଶସ୍ତାରେ କପଡ଼ା କିଣିବା ଶସ୍ତା ହୋଇଥାଏ। ଏଥିପାଇଁ କେବଳ ଯେ ଦିଲ୍ଲୀ ନୁହେଁ ବରଂ ବାହାରୁ ମଧ୍ୟ ଲୋକେ ଏଠାକୁ ଆସିଥାନ୍ତି। ଏଠାରେ ଅନେକ କପଡ଼ା ବଜାର ରହିଛି। ଲଜପତ ନଗର, ସରୋଜିନୀ ନଗର ମାର୍କେଟ, ଜନପଥ, କମଲା ମାର୍କେଟ ଭଳି ମାର୍କେଟ ଏଭଳି ଶସ୍ତାରେ କପଡ଼ା ବିକ୍ରି ପାଇଁ ପ୍ରସିଦ୍ଧ।

ଏହି ମାର୍କେଟ ମଧ୍ୟରେ ଏଭଳି ଏକ ମାର୍କେଟ ରହିଛି ଯେଉଁଠାରେ ମାତ୍ର ୧ ଟଙ୍କାରେ ଟି-ସାର୍ଟ ମିଳିଥାଏ ଏବଂ ୧୦ ଟଙ୍କା​ରେ ମିଳିଥାଏ ପ୍ୟାଣ୍ଟ। ହୁଏତ ଆପଣ ଏକଥା ବିଶ୍ବାସ ନକରିପାରନ୍ତି। କିନ୍ତୁ ଏହା ସତ। ଏହି ମାର୍କେଟ ପୂର୍ବ ଦିଲ୍ଲୀର ରଘୁବୀର ନଗରରେ ରହିଛି। ଏହି ମାର୍କେଟ ଘୋଡ଼ା ମଣ୍ଡି ନାମରେ ମଧ୍ୟ ପରିଚିତ। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ମାର୍କେଟ ବିଷୟରେ ଜାଣିବି ନାହାଁନ୍ତି।

ସାଧାରଣତଃ ଦିଲ୍ଲୀର ମାର୍କେଟ ଗୁଡ଼ିକ ଦିନ ୧୨ ପରେ ଆରମ୍ଭ ହୋଇଥାଏ। କିନ୍ତୁ ଏହି ମାର୍କେଟ ସନ୍ଧ୍ୟାରୁ ଆରମ୍ଭ ହୋଇଥାଏ ଏବଂ ରାତି ସାରା ଚାଲିଥାଏ। ସକାଳୁ ଏଠାରେ ବ୍ୟବସାୟୀଙ୍କ ଭିଡ଼ ଜମିଥାଏ। ପ୍ରତିଦିନ ଏହି ମାର୍କେଟକୁ ୫୦୦-୧୮୦୦ ଲୋକ ଆସିଥାନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି କପଡ଼ା ଆସିଥାଏ ଏବଂ ଏହାକୁ କିଏ କିଣିଥାନ୍ତି।

ଏଠାକୁ ଆସୁଥିବା ଲୋକେ କୁହନ୍ତି ଯେଉଁ ଲୋକମାନେ ଜଲଦି କୌଣସି କପଡ଼ାକୁ ବ୍ୟବହାର କରିବା ଫିଙ୍ଗି ଦିଅନ୍ତି ସେହି କପଡ଼ାକୁ ଏଠାକୁ ଅଣାଯାଏ ଏବଂ ସେହି କପଡ଼ାକୁ ବାସନପତ୍ର ଇତ୍ୟାଦି ବଦଳରେ ବିକ୍ରି କରିଥାନ୍ତି। ଏହା ପରେ ସେହି କପଡ଼ାକୁ ବ୍ୟବସାୟୀଙ୍କୁ ବିକ୍ରି କରାଯାଏ। ସେମାନେ ଏହାକୁ ହକର ମାନଙ୍କୁ ଦିଅନ୍ତି। ଅନେକ ବିକାଳୀ ଆଖପାଖ କଲୋନୀରୁ ସଂଗ୍ରହ କରିଥାନ୍ତି। ଏହି ସବୁ କପଡ଼ାକୁ ସଫା କରାଯାଇଥାଏ ବା ଇସ୍ତ୍ରୀ କରାଯାଇଥାଏ ଏବଂ ଏହାପରେ ବଜାରକୁ ଅଣାଯାଇଥାଏ।

ଏହାପରେ ବ୍ୟବସାୟୀମାନେ ଏଠାରେ ହିଁ କପଡ଼ା କିଣି ଅନ୍ୟ ବଜାରରେ ମଧ୍ୟ ବିକ୍ରି କରିଥାନ୍ତି। ବ୍ୟବସାୟୀମାନେ ଏଠାରୁ ୫୦ ଟଙ୍କାରେ କିଣିଥିବା କପଡ଼ାକୁ ଅନ୍ୟ ବଜାରରେ ୧୫୦-୨୦୦ ଟଙ୍କାରେ ବିକ୍ରି କରିଥାନ୍ତି। ଫଳରେ ବ୍ୟବସାୟୀ ମାନେ ଭଲ ଲାଭ ମଧ୍ୟ କରିଥାନ୍ତି।

ସବୁଠୁ ଭଲ କଥା ହେଉଛି ଆପଣ ଶହେ ଟଙ୍କାରେ ମଧ୍ୟ ପ୍ୟାଣ୍ଟ ସାର୍ଟ କିଣିପାରିବେ। ତେଣୁ ଆପଣ ଯଦି ଅଧିକ ଟଙ୍କା ନେଇ ବି ଯାଉନାହାନ୍ତି ତାହାଲେ ବି କିଛି କଥା ନାହିଁ। ଏଠାରେ ୧ ଟଙ୍କାରେ ଟି-ସାର୍ଟ, ୧୦ ଟଙ୍କାରୁ ପ୍ୟାଣ୍ଟ୍. ୨୦ ଟଙ୍କାରୁ ଆରମ୍ଭ ହେଉଛି, ଲେହଙ୍ଗା ୬୦ ଟଙ୍କା, କୋଟ୍ ୧୨୦ ଟଙ୍କା ଏବଂ ଏଠାରେ ୨୦ ଟଙ୍କାରୁ ଶାଢ଼ୀ ମଳିଥାଏ। ଘୋଡ଼ା ମଣ୍ଡି କପଡ଼ାର ରିସାଇକେଲିଂ ହବ୍ ବୋଲି ଜଣାଯାଏ।

କେବଳ ବ୍ୟବସାୟୀ ନୁହେଁ ଲୋକମାନେ ମଧ୍ୟ ଏଠାକୁ କପଡ଼ା କିଣିବାକୁ ଆସିଥାନ୍ତି। ପ୍ଲମ୍ବର ଏଠାରୁ ବ୍ୟାଣ୍ଡେଜ୍ କିଣିଥାନ୍ତି, ସେହିଭଳି ଟେଲରଙ୍କୁ ଏଠାରୁ ଭିନ୍ନ ଭିନ୍ନ ପ୍ରକାରର କପଡ଼ା ମିଳିଥାଏ। ସେହିଭଳି ଫର୍ଣ୍ଣିଚର ବ୍ୟବସାୟୀ ମାନେ ପଲିସ୍ ପାଇଁ ଏଠାରୁ କପଡ଼ା କିଣିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.