ସୱାଇ ମାଧୋପୁର ୧୫।୧୨: ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ’ ଯାତ୍ରାରେ ସବୁଦିନ ନୂଆ ଅତିଥି ଯୋଗ ଦେଉଛନ୍ତି। ଏହି କ୍ରମରେ ବୁଧବାର ଯାତ୍ରାରେ ରାହୁଲଙ୍କ ସହ ପୂର୍ବତନ ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର ଯୋଗ ଦେଇଥିଲେ। ଏହି ଯାତ୍ରା କାଳରେ ରାଜନ ଓ ରାହୁଲଙ୍କ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। ତେବେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଦେଶରେ ଏବେ ନିମ୍ନ ମଧ୍ୟମ ବର୍ଗଙ୍କୁ ନଜରରେ ରଖି ନୀତି ପ୍ରସ୍ତୁତ କରାଯିବା ଦରକାର ବୋଲି କହିଛନ୍ତି।
ରଘୁରାମ ରାଜନ କହିଛନ୍ତି ଯେ ୨୦୨୩ ଭାରତ ଲାଗି ଅଧିକ ଆହ୍ୱାନପୂର୍ଣ୍ଣ ହୋଇପାରେ। ଚଳିତବର୍ଷ ଯୁଦ୍ଧ ଓ ଅନ୍ୟ କାରଣରୁ ବିଶ୍ୱ ସମସ୍ୟାଗ୍ରସ୍ତ ରହିଛି। ହେଲେ ଆଗାମୀ ବର୍ଷ ପରିସ୍ଥିତି ଅଧିକ ଜଟିଳ ହୋଇପାରେ। ଭାରତର ଅର୍ଥନୀତି ଉପରେ ରାୟ ଦେଇ ରାଜନ କହିଛନ୍ତି ଯେ ଭାରତ ଓ ବିଶ୍ୱର ଅନ୍ୟ ଅର୍ଥନୀତିମାନଙ୍କର ସେହି ଆର୍ଥିକ ସଂସ୍କାର ପ୍ରସ୍ତୁତି ବିଫଳ ହୋଇଛି ଯାହା ବିକାଶ ଲାଗି ଜରୁରି ଥିଲା। ଏଥିରେ ଭାରତର ଆର୍ଥିକ ବିକାଶ ହାର କୋଭିଡ-୧୯ ପୂର୍ବରୁ ହ୍ରାସ ହେବାରେ ଲାଗିଥିଲା। ଯଦି ୨୦୧୯ ଓ ୨୦୨୨ର ଆର୍ଥିକ ବିକାଶର ଆମେ ତୁଳନା କରିବା ତେବେ ଏହା ମାତ୍ର ୨ ପ୍ରତିଶତ ଯାହା ଆମ ଲାଗି ବହୁତ କମ୍ ବୋଲି ସେ କହିଥିଲେ।
{"id":721455,"sizeSlug":"full","linkDestination":"none"}ରଘୁରାମ ରାଜନ କହିଛନ୍ତି ଯେ କୋଭିଡ କାରଣରୁ ବିକାଶ ଧିମା ହୋଇଛି ସତ, ହେଲେ ଦେଶରେ ଏହାର ପ୍ରାରମ୍ଭ ବହୁତ ପୂର୍ବରୁ ହୋଇସାରିଥିଲା। ଆମ ଅର୍ଥ ବ୍ୟବସ୍ଥା ୯ ପ୍ରତିଶତ ଅଭିବୃଦ୍ଧି ହାରରୁ ହ୍ରାସ ହୋଇ ୫ ପ୍ରତିଶତକୁ ଆସି ସାରିଥିଲା। ତେବେ ଦେଶରେ ମାତ୍ର କିଛି ପୁଞ୍ଜିପତିଙ୍କ ହାତରେ ଧନର କେନ୍ଦ୍ରିକରଣ ସମ୍ପର୍କିତ ରାହୁଲଙ୍କ ପ୍ରଶ୍ନର ଜବାବ ଦେଇ ରାଜନ କହିଥିଲେ ଯେ ଏହା ନିଶ୍ଚିତ ଏକ ବଡ ସମସ୍ୟା। ତେବେ କୋଭିଡ କାଳରେ ଦେଶରେ ଅପର ମିଡିଲ କ୍ଲାସଙ୍କ ଆୟ ବଢିଥିଲା। କାରଣ ସେମାନେ ଘରେ ରହି କାମ କରି ପାରୁଥିଲେ। ତେବେ ନିମ୍ନ ମଧ୍ୟମ ବର୍ଗଙ୍କୁ ଫ୍ୟାକ୍ଟ୍ରିକୁ ଯିବାକୁ ପଡୁଥିଲା। କୋଭିଡ ଯୋଗୁ ଫ୍ୟାକ୍ଟ୍ରି ବନ୍ଦ ହୋଇଯାଇଥିଲା। ଏଣୁ କୋଭିଡ କାଳର କଷ୍ଟ ନିମ୍ନ ମଧ୍ୟ ବର୍ଗଙ୍କୁ ଭୋଗିବାକୁ ପଡିଥିଲା।
କୋଭିଡରେ ଲୋଅର ମିଡିଲକ୍ଲାସଙ୍କର ସବୁଠୁ ଅଧିକ କ୍ଷତି ହୋଇଥିଲା। ଏଥିରେ ଧନୀ ଲୋକଙ୍କର ସେପରି କିଛି କ୍ଷତି ହୋଇନଥିଲା। ଏବେ ବେକାରୀ ବଢୁଛି, ଋଣ ସୁଧହାର ବଢୁଛି ଯାହା ନିମ୍ନ ମଧ୍ୟମ ବର୍ଗଙ୍କୁ ଭୀଷଣ ପ୍ରଭାବିତ କରୁଥିବା ରାଜନ କହିଛନ୍ତି । ଏଣୁ ଏବେ ନିମ୍ନ ମଧ୍ୟମ ବର୍ଗଙ୍କୁ ନଜରରେ ରଖି ସରକାରଙ୍କୁ ନୀତି ପ୍ରସ୍ତୁତ କରିବାକୁ ପଡିବ। କାରଣ କରୋନା ଭାଇରସ ମହାମାରୀରେ ଏମାନେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। ସେହିପରି ରାଜନ ଛୋଟ ଓ ମଧ୍ୟମ ସ୍ତରର ଉଦ୍ୟୋଗଙ୍କ ଲାଗି ଅନୁକୂଳ ବାତାବରଣ ସୃଷ୍ଟି କରିବା ଓ ଉର୍ଜା କ୍ଷେତ୍ରରେ ଗ୍ରୀନ ରିଭଲ୍ୟୁସନ ପ୍ରୋତ୍ସାହିତ କରିବାକୁ କହିଛନ୍ତି।
{"id":721456,"sizeSlug":"full","linkDestination":"none"}ସେହିପରି କିଛି ପୁଞ୍ଜିପତିଙ୍କ ହାତରେ ଦେଶର ସବୁ ପଇସା ସମ୍ପର୍କରେ କହିବାକୁ ଯାଇ ରାଜନ କହିଛନ୍ତି ଯେ ଆମେ ପୁଞ୍ଜିବାଦକୁ ବିରୋଧ କରିପାରିବାନି। ତେବେ ପ୍ରତିଯୋଗୀତା (କମ୍ପିଟେସନ) ପାଇଁ ଆମକୁ ଲଢିବାକୁ ହେବ। ଆମେ ବଜାରରେ ଏକାଧିକାରୀ ବିରୋଧରେ ଲଢିବା ଏଥିପାଇଁ ଛୋଟ ବ୍ୟବସାୟ ଓ ବଡ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ଏହାର ଅର୍ଥ ନୁହେଁ ଦେଶରେ ମନୋପଲିକୁ ଉତ୍ସାହିତ କରିବା। ଏକଚାଟିଆ କାରବାର ଦେଶ ପାଇଁ ଭଲ ନୁହେଁ ବୋଲି ରାଜନ କହିଛନ୍ତି। ରାଜନ ଦେଶରେ ଏବେ ସର୍ଭିସ ସେକ୍ଟରରେ କ୍ରାନ୍ତି ଅଣାଯାଇ ପାରିବ ବୋଲି କହିଛନ୍ତି। ଏହା ଦ୍ୱାରା ଆମକୁ ଦେଶରୁ ଆମେରିକା ନ ଯାଇ ମଧ୍ୟ ସେଠାରେ ସେବା ଦେଇ ବିପୁଳ ରୋଜଗାର କରିପାରିବା ବୋଲି କହିଛନ୍ତି।
ରାହୁଲଙ୍କ ଭାରତଯୋଡୋ ଯାତ୍ରାର ଏବେ ୧୦୦ ଦିନ ପୁରଣ ହୋଇଛି। ଦେଶରେ ଯାତ୍ରାକୁ ଭରପୁର ସମର୍ଥନ ମିଳୁଥିବା ବେଳେ ରାହୁଲଙ୍କ ସହ ରାସ୍ତାରେ ଅନେକ ଲୋକେ ମିଶୁଛନ୍ତି। ଯାହା ଯାତ୍ରାକୁ ବେଶ ଉତ୍ସାହିତ କରିଛି। ଏହି ଯାତ୍ରା ଜାନୁୟାରୀ ୨୬ ତାରିଖ ବେଳକୁ ଜମ୍ମୁ-କାଶ୍ମୀରରେ ଶେଷ ହେବ।