ମୂଲ୍ୟ ବୃଦ୍ଧିରୁ ମିଳିବ ଆଶ୍ୱସ୍ତି! ପୂର୍ବତନ RBIଗଭର୍ଣ୍ଣର ରଘୁରାମ ରାଜନ କେନ୍ଦ୍ରୀୟ ବ୍ୟାଙ୍କମାନଙ୍କୁ ଦେଇଛନ୍ତି ଏହି ପରାମର୍ଶ
2/12/2022 at 8:29 PM

ନୂଆଦିଲ୍ଲୀ ୨।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ( ଆରବିଆଇ)ଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବୈଶ୍ୱିକ ଅର୍ଥ ବ୍ୟବସ୍ଥା କମ୍ ମୁଦ୍ରାସ୍ପିତି ସମୟକୁ ଫେରିପାରିବ ବୋଲି ଶୁକ୍ରବାର କହିଛନ୍ତି। ଏଣୁ କଡା ଆର୍ଥିକ ନୀତି ଅବଲମ୍ବନ କରୁଥିବା କେନ୍ଦ୍ରୀୟ ବ୍ୟାଙ୍କମାନଙ୍କୁ ଏହି କଥାକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡିବ ବୋଲି ସେ କହିଛନ୍ତି। ବ୍ୟାଙ୍କ ଅଫ ଥାଇଲ୍ୟାଣ୍ଡ ଓ ବ୍ୟାଙ୍କ ଫର ଇଣ୍ଟରନ୍ୟାସନାଲ ସେଟେଲମେଟ ଦ୍ୱାରା ଅନୁଷ୍ଠିତଏକ ସମ୍ମିଳନୀରେ ସେ ଏହା କହିଛନ୍ତି।
ଏଥିରେ ଆମକୁ ସମ୍ଭାବିତ ନିମ୍ନ ମୁଦ୍ରାସ୍ପିତି କାଳକୁ ପୁଣି ଫେରିବାକୁ ପଡିପାରେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏଥି ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ସେ କହିଛନ୍ତି। ରଘୁରାମ ରାଜନଙ୍କ ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ୬ ସଦସୀୟ ମୌଦ୍ରିକ ନୀତି କମିଟି (ଏମପିସି)ଙ୍କ ବୈଠକ ଆରମ୍ଭ ହେବାକୁ ଯାଉଛି।
ଶିକାଗୋ ସ୍କୁଲ ଅଫ ବିଜନେସ୍ ୟୁନିଭର୍ସିଟିରେ ଫାଇନାନ୍ସ ପ୍ରଫେସର ରାଜନ କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କମାନେ ନିଜକୁ ପ୍ରଶ୍ନ କରନ୍ତୁ ଯେ ଯେତେବେଳେ ମୁଦ୍ରାସ୍ପିତି ନିମ୍ନରୁ ଉଚ୍ଚକୁ ଉଠୁଥିଲା କଣ ସେତେବେଳେ ସେମାନଙ୍କ ନୀତି ଏପରି ଥିଲା କି?ତେବେ ଆମକୁ ବିଚାର କରିବାକୁ ହେବ ଆମେ କାହିଁକି ବିବଶ ହେଲେ ବୋଲି ରଘୁରାମ ରାଜନ କହିଛନ୍ତି। ସେ କହିଛନ୍ତି ଯେ ଯଦି ଆମେ ମୁଦ୍ରାସ୍ପିତି ନିର୍ମାଣର ପରିସ୍ଥିତି ଚିହ୍ନଟ କରିପାରୁ ନାହେଁ ସେତେବେଳେ ଆଗାମୀ ପରିସ୍ଥିତି ଲାଗି ଆମେ ଆମକୁ ପ୍ରସ୍ତୁତ କରିପାରିବା ତ? ଏଣୁ କେନ୍ଦ୍ରୀୟ ବ୍ୟାଙ୍କମାନଙ୍କ ଲାଗି ଏବେ ସେହି ନୀତିଗୁଡିକୁ ଆଗକୁ ବଢାଇବା ଜରୁରୀ ଯାହା ସମୟ ସହିତ ମୁଦ୍ରାସ୍ପିତିକୁ ଗତିଶିଳତା ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି।
ତେବେ ଡି-ଗ୍ଲୋବାଲାଇଜେସନ ଚୀନ୍ର ଧିମା ବୃଦ୍ଧି, ବିକାଶଶୀଳ ଅର୍ଥ ବ୍ୟବସ୍ଥାର ‘କେ’ ସେପ୍ ରିକଭରି କାରଣରୁ ଉପୁଜିଥିବା ପ୍ରତିକୂଳ ପରିସ୍ଥିତିରୁ ଗ୍ରୋଥ ପ୍ରଭାବିତ ହୋଇପାରେ ବୋଲି ସେ ସତର୍କ କରିଛନ୍ତି। ସେ କହିଛନ୍ତି ଯେ ମୁଦ୍ରାସ୍ପିତି ଯୋଗୁ ୟୁଏସ୍ ଫେଡେରାଲ ରିଜର୍ଭ ସମେତ ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କମାନେ ସୁଧ ହାରରେ ତୀବ୍ର ବୃଦ୍ଧି କରିଛନ୍ତି। ଯାହା ଯୋଗୁ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏଥିଯୋଗୁ ହୋଇଥିବା ସୁଧହାର ବୃଦ୍ଧି ଯୋଗୁ ସାରା ବିଶ୍ୱର ସେୟାର ବଜାରରେ ମଧ୍ୟ ଅସ୍ଥିରତା ଦେଖିବାକୁ ମିଳୁଥିବା ସେ କହିଛନ୍ତି।