ରାଜ୍ୟସଭା ସଭାପତିଙ୍କୁ କ୍ଷମା ମାଗିଲେ ରାଘବ ଚଡ୍ଡା, ସଂସଦରୁ ନିଲମ୍ବନ ମାମଲାରେ ସୁପ୍ରିମକୋର୍ଟ ଦେଇଥିଲେ ପରାମର୍ଶ

Published By : Prameya-News7 Bureau | November 24, 2023 IST

ନୂଆଦିଲ୍ଲୀ: ରାଜ୍ୟସଭା ସଭାପତିଙ୍କୁ କ୍ଷମା ମାଗିଲେ ରାଘବ ଚଡ୍ଡା। ଶୁକ୍ରବାର, ଆମ ଆଦମୀ ପାର୍ଟୀ ସାଂସଦ ରାଘବ ଚଡ୍ଡା, ରାଜ୍ୟସଭାରୁ ନିଲମ୍ବନ ମାମଲାରେ ରାଜ୍ୟସଭା ସଭାପତି ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ କ୍ଷମା ମାଗିଛନ୍ତି। ପ୍ରକୃତରେ ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଥିଲେ।

ସଲିସିଟର ଜେନେରାଲ ତୁଷାର ମେହଟ୍ଟା କୋର୍ଟଙ୍କୁ ଏନେଇ ସୂଚିତ କରିବା ସହ କହିଛନ୍ତି ଯେ, ତାଙ୍କୁ ଥରେ ବିଶେଷାଧିକାର କମିଟି ସମ୍ମୁଖରେ ମଧ୍ୟ ଉପସ୍ଥିତ ହେବାକୁ ପଡ଼ିପାରେ। ଏହି ମାମଲାରେ ଶୁଣାଣି ଡିସେମ୍ବର ୧ରେ ହେବ। ପ୍ରକୃତରେ ସୁପ୍ରିମକୋର୍ଟ ଗତ ଶୁଣାଣି ସମୟରେ ଆପ ନେତା ଚଡ୍ଡା କହିଥିଲେ ଯେ, ସେ ସଭାପତି ଜଗଦୀପ ଧନଖଡ଼ଙ୍କୁ କ୍ଷମା ମାଗିନିଅନ୍ତୁ। ଏହାପରେ ସଭାପତି ବିଚାର କରିବେ।

ଆହୁରି ପଢ଼ନ୍ତୁ: ‘ଅଧ୍ୟକ୍ଷଙ୍କ ଭେଟି କ୍ଷମା ମାଗିନିଅନ୍ତୁ’, ରାଘବ ଚଡ୍ଡାଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ଉଲ୍ଲେଖଯୋଗ୍ୟ, ଅଧିକାରୀଙ୍କ ଟ୍ରାନ୍ସଫର ଏବଂ ପୋଷ୍ଟିଂ ସହ ଜଡ଼ିତ ଦିଲ୍ଲୀ ସେବା ବିଲ୍‌କୁ ନେଇ ରାଘବ ଚଡ୍ଡାଙ୍କ ଉପରେ ଅଭିଯୋଗ ରହଛି ଯେ, ସେ ଏକ ପ୍ରସ୍ତାବରେ କିଛି ସାଂସଦଙ୍କ ନାଁ, ବିନା କୌଣସି ସହମତିରେ ଯୋଡ଼ିଛନ୍ତି। ସଂସଦର ଅଧିବେଶନ ସମୟରେ ଅଗଷ୍ଟ ୧୧ରେ ଚଡ୍ଡାଙ୍କୁ ଅନେକ ସାଂସଦଙ୍କ ମିଥ୍ୟା ହସ୍ତାକ୍ଷର ଅଭିଯୋଗରେ ରାଜ୍ୟସଭାରୁ ନିଲମ୍ବିତ କରିଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.