ମୁମ୍ଵାଇ ୦୧।୦୭: ଆମ୍ ଆଦମୀର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ରାଘବ ଚଢା । ତାଙ୍କ ପ୍ରେମିକା ପରିଣୀତି ଚୋପ୍ରା । ଦୁହିଁ ଏବେ ଶିଖମାନଙ୍କ ପବିତ୍ର ମନ୍ଦିର ସ୍ଵର୍ଣ୍ଣ ମନ୍ଦିରରେ ପହଞ୍ଚିଛନ୍ତି। ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଥିବା ଏହି କପଲ ଶ୍ରୀ ହରମିନ୍ଦର ସାହେବଙ୍କ ନିକଟରେ ପ୍ରଣାମ କରିବା ସହ ତାଙ୍କର ଦର୍ଶନ କରିଥିଲେ। ବର୍ତ୍ତମାନ ଉଭୟଙ୍କ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
wp:html/wp:html
ପରିଣୀତି ଏବଂ ରାଘବ ବିବାହ ପୂର୍ବରୁ ସ୍ଵର୍ଣ୍ଣ ମନ୍ଦିରରେ ପହଞ୍ଚି ପ୍ରାର୍ଥନା କରିଥିଲେ। ଉଭୟଙ୍କ ଫଟୋ ଏବଂ ଭିଡିଓ ମନ୍ଦିରରୁ ଆସିଥିଲା। ଯେଉଁଥିରେ ପରୀ ଧଳା ସୁଟ୍ରେ ନଜର ଆସିଥିବାବେଳେ ରାଘବ ଏକ ଧଳା କୁର୍ତ୍ତା ପାଇଜାମା ଏବଂ ନେହେରୁ ଜ୍ୟାକେଟରେ ନଜର ଆସିଥିଲେ। ଉଭୟଙ୍କ ଫଟୋ ଦେଖି ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । କହିବାକୁ ଗଲେ ମେ’ ୧୩ରେ ଦୁହେଁ ନିର୍ବନ୍ଧ କରିଥିଲେ। ଏବେ କୁହାଯାଉଛି କି ଦୁହେଁ ଖୁବ୍ ଶୀଘ୍ର ବିବାହ କରି ପାରନ୍ତି। କିନ୍ତୁ ଉଭୟ ଦମ୍ପତି ଏପର୍ଯ୍ୟନ୍ତ ସେମାନଙ୍କର ବିବାହ ତାରିଖ ଘୋଷଣା କରିନାହାଁନ୍ତି।

ଏହି ଚଳଚ୍ଚିତ୍ର ଗୁଡ଼ିକରେ ଆସିବେ ନଜର
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଖୁବ୍ ଶୀଘ୍ର ଜସୱନ୍ତ ସିଂ ଗିଲଙ୍କ ବାୟୋପିକରେ ପରୀଙ୍କୁ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କୁ ଜସୱନ୍ତ ସିଂ ଭୂମିକାରେ ନଜର ଆସିବେ। ହେଲେ ଏହି ଫିଲ୍ମର ଟାଇଟଲ୍ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଏହା ବ୍ୟତୀତ ଇମତିଆଜ ଅଲିଙ୍କ ନିର୍ଦ୍ଦେଶିତ ଅମର ସିଂ ଚମକିଲାଙ୍କ ବାୟୋପିକରେ ତାଙ୍କୁ ଦେଖିବାକୁ ମିଳିବ।
wp:embed {"url":"https://www.prameyanews7.com/ram-charan-upasana-kamineni-gets-gold-cradle-worth-rs-of-1-crore-from-mukesh-ambani/","type":"wp-embed","providerNameSlug":"prameya-news-7"}