‘ପରିଣୀତି ନୁହେଁ ମୋତେ ରାଜନୀତିର ପ୍ରଶ୍ନ ପଚାର’, ଡେଟିଂ ଖବର ମଧ୍ୟରେ ମୁହଁ ଖୋଲିଲେ ରାଘବ ଚଢା
24/03/2023 at 1:16 PM

ମୁମ୍ଵାଇ ୨୪।୦୩ : ବର୍ତ୍ତମାନ ବଲିଉଡ ଏବଂ ରାଜନୀତିର ମିଶ୍ରଣ ଦେଖିବାକୁ ମିଳିଥିଲା, ଯେତେବେଳେ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢା ଏବଂ ବଲିଉଡ ଅଭିନେତ୍ରୀ ପରିଣୀତିଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଆଜ୍ଞା ହଁ ଏବେ ପ୍ରଶ୍ନ ହିଁ ପ୍ରଶ୍ନ । ବର୍ତ୍ତମାନ ଯେତେବେଳେ ପ୍ରଶ୍ନ ଉଠିଛି, ରାଘବ ଚାଢା ଏହା ଉପରେ ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି। ଏବିପି ନ୍ୟୁଜ୍ ସହିତ ମୁହାଁମୁହିଁ ହୋଇଥିବା ରାଘବ ଚଢା କହିଛନ୍ତି ଯେ ପରିଣୀତି ବିଷୟରେ ନୁହେଁ ତାଙ୍କୁ ରାଜନୀତି ବିଷୟରେ ପଚରାଯିବା ଉଚିତ । ଦୁଇ ଦିନ ପୂର୍ବେ ପରିଣୀତି ଆମ୍ ଆଦମୀ ପାର୍ଟିର ପ୍ରସିଦ୍ଧ ନେତା ତଥା ପଞ୍ଜାବର ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ସହ ମୁମ୍ବାଇରେ ନଜର ଆସିଥିଲେ।
ଉଭୟେ କ୍ୟାମେରାରେ ନଜର ଆସିବା ପରେ ଲୋକମାନେ କଳ୍ପନା କରିବା ଆରମ୍ଭ କରିଥିଲେ। ଉଭୟଙ୍କୁ ଏକ ରେଷ୍ଟୁରାଣ୍ଟ ବାହାରେ ଦେଖିବାକୁ ମିଳିଛି। ଯେଉଁଠାରେ ଦୁହେଁ ଏକ ସୁନ୍ଦର ଲୁକରେ ତଥା ଧଳା ସର୍ଟରେ ଦେଖିବାକୁ ମିଳିଥିଲା। ଏହି ଫଟୋ ଦେଖିବା ପରେ ସେମାନଙ୍କ ପ୍ରଶଂସକମାନେ ମଧ୍ୟ ଏହି ଦୁଇଜଣ ପରସ୍ପରକୁ ଡେଟ୍ କରୁଛନ୍ତି କି ବୋଲି ପଚାରିବା ଆରମ୍ଭ କରିଛନ୍ତି। ହେଲେ ଏହା ଉପରେ କିଛି କହିବାକୁ ଠିକ୍ ହେବ ନାହିଁ ।
ଚଳିତ ବର୍ଷ ଜାନୁୟାରୀ ମାସରେ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କୁ ଏକ ସମ୍ମାନରେ ପୁରସ୍କୃତ କରାଯାଇଥିଲା। ଭାରତରେ ପ୍ରଥମ ଥର ପାଇଁ କେହି ଏହି ସମ୍ମାନ ପାଇଥିଲେ । ନ୍ୟାସନାଲ ଇଣ୍ଡିଆନ୍ ଷ୍ଟୁଡେଣ୍ଟସ୍ ଏବଂ ଆଲୁମିନି ୟୁନିଅନ୍ (NISAU) ଦ୍ଵାରା ଭାରତର ବ୍ରିଟିଶ୍ କାଉନସିଲ୍ ଏବଂ ବ୍ରିଟେନର ଆନ୍ତର୍ଜାତୀୟ ବାଣିଜ୍ୟ ବିଭାଗ (DIT) ମିଳିତ ସହଯୋଗରେ ଏହି ସମ୍ମାନର ଆୟୋଜନ କରାଯାଇଥିଲା।