Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

କଲେଜ୍‌ରେ ଭୟାନକ ରାଗିଂ, ଛାତ୍ରୀଙ୍କୁ ଜବରଦସ୍ତି ଆଇ ଲଭ୍‌ ୟୁ ଏବଂ କିସ୍‌ କରିବାକୁ କରାଯାଉଛି ବାଧ୍ୟ

16/11/2022 at 1:46 PM

ବ୍ରହ୍ମପୁର, ୧୬।୧୧: ସ୍ଥାନୀୟ ବଡ଼ ବଜାର ଥାନା ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ କଲେଜର ଏକ ଭିଡିଓ ଭାଇରଲ ହୋଇଛି । କଲେଜର କିଛି ଛାତ୍ରଛାତ୍ରୀ କଲେଜ ଡ୍ରେସ ପିନ୍ଧି ଥିବା ବେଳେ ଜଣେ ଛାତ୍ରୀଙ୍କୁ ରାଗିଂ କରିବାର ଦେଖିବାକୁ ମିଳିଛି । ଏଥିରେ ଛାତ୍ର ଜଣଙ୍କ ଅନ୍ୟ କିଛି ଛାତ୍ର ଛାତ୍ରୀଙ୍କ ସହ ଅଶ୍ଳୀଳ ଭାଷା ପ୍ରୟୋଗ କରି ଗାଳି ଦେବା ସହ ମାନସିକ ନିର୍ଯ୍ୟାତନା ଦେଉଥିବା ଦେଖିବାକୁ ମିଳିଛି । ଏହାସହ ଜୋର୍ ଜବରଦସ୍ତ ଆଇ ଲଭ୍ ୟୁ କହିବା ପାଇଁ ମଧ୍ୟ ବାଧ୍ୟ କରୁଥିବା ଶୁଣିବାକୁ ମିଳୁଚି । ଏହି ଘଟଣାରେ ପୋଲିସ ସଂପୃକ୍ତ  ଛାତ୍ରକୁ ଅଟକ ରଖିଛି । ସଂପୃକ୍ତ ଛାତ୍ରଙ୍କ ନାମରେ ଆଗରୁ ଏକାଧିକ ମାମଲା ଥିବା ସୂଚନା ମିଳିଛି । ଛାତ୍ର ଜଣଙ୍କ ଉକ୍ତ କଲେଜ ଯୁକ୍ତ ୩ ଶେଷ ବର୍ଷର ଛାତ୍ର ହୋଇଥିବା ବେଳେ ଏଥିରେ ସଂପୃକ୍ତ ସମସ୍ତ ବିଷୟକୁ ନେଇ ପୋଲିସ୍‌ ଖୋଳତାଡ କରୁଥିବା ଜଣାପଡ଼ିଛି ।

   Related Posts