ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
26/11/2022 at 11:30 AM

ବ୍ରହ୍ମପୁର ୨୬/୧୧: ବ୍ରହ୍ମପୁରରେ ଥମୁନି ରାଗିଂ । ଏତର କିନ୍ତୁ କୌଣସି କଲେଜ ନୁହେଁ । ଏଥର ରାଗିଂ ହୋଇଛି ଘରୋଇ ସ୍କୁଲରୁ । ଘରୋଇ ସ୍କୁଲରୁ ରାଗିଂ ହୋଇଥିବା ହୋଇଛି ଅଭିଯୋଗ ।
ଏକ ଘରୋଇ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ କେତେକ ସିନିୟର ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପରିବାରବର୍ଗଙ୍କ ପକ୍ଷରୁ ଗୋଶାଣୀ ନୂଆ ଗାଁ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍ ଏ ଘଟଣାର ଅଧିକ ତଦନ୍ତ କରୁଛି । ସ୍କୁଲର ୮ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୭ ଜଣ ନାବାଳକ ହୋଇଥିବା ବେଳେ ଜଣେ ସାବାଳକ । ଆଇନ୍ ଅନୁଯାୟୀ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍ ପି ।
Related Posts
ପୋଲିସକୁ ସଫଳତା, ହକି ତାରକାଙ୍କ ଘରୁ ଲୁଟ୍ ଘଟଣାର ଅଭିଯୁକ୍ତ ଗିରଫ
27 January 2023
କୂଅରୁ ଉଦ୍ଧାର ହେଲା ଗାଢ ଭାଲୁ, ଜଙ୍ଗଲରେ ଛାଡିଲା ବନବିଭାଗ
27 January 2023