ଆତ୍ମହତ୍ୟା କଲେ ଆଇଟିଆଇ ଛାତ୍ର; ରାଗିଂ ହେଉଥିବା ଅଭିଯୋଗ
11/09/2022 at 9:10 PM

ଭଦ୍ରକ ୧୧/୦୯: ପୁଣି ଆତ୍ମହତ୍ୟା କଲେ ଛାତ୍ର। ଏପରି ଘଟଣା ଭଦ୍ରକ ଜିଲ୍ଲା ତିହିଡି଼ ଵଜାରରେ ଥିବା ଘରୋଇ ଆଇଟିଆଇ କଲେଜରେ ଦେଖିବାକୁ ମିଳିଛି। ଖବର ଅନୁସାରେ, ମୃତ ଆଇଟିଆଇ ଛାତ୍ର ଜଣଙ୍କ ବିଷ ପିଇ ଜୀବନ ହାରିଛନ୍ତି। ବିଷ ପିଇବାର ୪୦ ଘଣ୍ଟା ପରେ ସମ୍ପୃକ୍ତ ଛାତ୍ରଙ୍କର ମୃତ୍ୟୁ ହୋଇଛି। ସେପ୍ଟେମ୍ୱର ୯ ରେ ସେ ଆଇଟିଆଇ କଲେଜରୁ ଫେରି ବିଷ ପିଇଥିଲେ।
ମୃତ ଛାତ୍ରଙ୍କୁ ରାଗିଂ ହେଉଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଫଳରେ ଇଲେକ୍ଟ୍ରୋନିକ୍ସ ବିଭାଗ ପ୍ରଥମ ବର୍ଷ ଛାତ୍ର ଆଶୁତୋଷ ମଳିକ ବିଷ ପିଇଥିଲେ। କଲେଜରୁ ଘରକୁ ଆସି ସେ ବିଷ ପିଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତିହିଡ଼ି ଡାକ୍ତରଖାନା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶେଷରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଦୀର୍ଘ ୪୦ ଘଣ୍ଟା ଜୀବନ ମୃତ୍ୟୁ ସହ ସଂଘର୍ଷ କରି ପରେ ଆଶୁତୋଷ ଜୀବନ ହାରିଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।