ବିଜେବି କଲେଜରେ ପୁଣି ରାଗିଂ ! ବିନା କାରଣରେ ହଇରାଣ କରୁଛନ୍ତି, କାନ ଧରି ବସ୍ଉଠ୍‌ କରାଉଛନ୍ତି ସିନିୟର

Published By : Prameya-News7 Bureau | July 07, 2022 IST

ଭୁବନେଶ୍ୱର ୦୭।୦୭: ବିବାଦରେ ପୁଣି ବିଜେବି କଲେଜ । ଗୋଟିଏ ମାମଲା ଥମିନଥିବା ବେଳେ ଆଉ ଗୋଟିଏ ମାମଲା ଏବେ ରାଗିଂ ମାମଲା ସାମ୍ନା ଆସିଛି ।  ବିଜେବି କଲେଜରେ ପୁଣି ରାଗିଂ ଅଭିଯୋଗ । ରାଗିଂ ହେଉଥିବା ଅଭିଯୋଗ ଆଣିଛନ୍ତି କଲେଜର ଯୁକ୍ତ ଦୁଇର ଜଣେ ଛାତ୍ର । ଏପରିକି ଅଧ୍ୟାପକମାନଙ୍କ ସାମ୍ନାରେ ରାଗିଂ ହେଉଥିବା ଛାତ୍ର ଜଣଙ୍କ ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ଅନୁସାରେ, ଅନ୍ୟ ଛାତ୍ରାବାସରେ ରହୁଥିବା ସିନିୟର ତାଙ୍କୁ ରାଗିଂ କରୁଛନ୍ତି । ବିନା କାରଣରେ ସେମାନେ ଆସି ହଇରାଣ ହରକତ କରୁଥିବା ସହ କାନ ଧରି ଉଠୁ ବସ କରାଉଛନ୍ତି । ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ ଓ ବଡ଼ଗଡ ଥାନାରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଏତିକି ବେଳେ ଉଠିଛି ଯେତେ ବେଳେ ରୁଚିକା ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଲାଗି ରହିଛି ଚର୍ଚ୍ଚା ।ସନିୟରଙ୍କ ରାଗିଂରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କିନ୍ତୁ ଯେଉଁ ୩ ସିନିୟରଙ୍କ କଥା ସୁଇସାଇଡ୍ ନୋଟ୍ ରେ ଉଲ୍ଲେଖ କରିଥିଲେ ସେହି ୩ ଜଣଙ୍କର ପତ୍ତା ଏପର୍ଯ୍ୟନ୍ତ ପୋଲିସ ପାଇନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.