ଖଲ୍ଲିକୋଟ୍ ଜୁନିୟର୍ କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ, କଲେଜ୍ ଅଧ୍ୟକ୍ଷ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | November 19, 2022 IST

ବ୍ରହ୍ମପୁର ୧୯/୧୧: ଖଲ୍ଲିକୋଟ ଜୁନିଅର କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ । ପ୍ରିନ୍ସପାଲଙ୍କ ନିକଟରେ ଅଭିଯୋଗ କଲେ ଛାତ୍ରୀ । ଭିଡିଓ ହେଲ ଭାଇରଲ । ଏ ନେଇ ଅଧ୍ୟକ୍ଷ ରଖିଲେ ପ୍ରତିକ୍ରିୟା ।

ପୂର୍ବରୁ କଲେଜ୍‌ରେ ରାଗିଂ ଅଭିଯୋଗ ହୋଇଥିବା ବେଳେ ୬ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ୧୫ ଦିନ ପାଇଁ କଲେଜ୍ ରୁ ନିଲମ୍ବିତ କରାଯାଇଥିଲା । ଏ ସଂପର୍କରେ ପୋଲିସ୍‌କୁ ଅବଗତ କରାଯାଇଥିଲା । କିନ୍ତୁ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ବୋଲି ଅଧ୍ୟକ୍ଷ କହିଛନ୍ତି ।

ଆଉ ଏକ ରାଗିଂ ଘଟଣାକୁ ନେଇ ଆଜି ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ପରେ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ରାଧାକାନ୍ତ ନାୟକ କହିଛନ୍ତି । ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ପରେ ଏବେ ଖଲ୍ଲିକୋଟ୍ ଜୁନିୟର୍ କଲେଜରେ ରାଗିଂ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଏବେ ଚର୍ଚା ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.