AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଖଲ୍ଲିକୋଟ ଆରସିଏମ କଲେଜରେ ରାଗିଂ ଅଭିଯୋଗ! ଚାନ୍ଦା ଆଦାୟକୁ ନେଇ ଜୁନିୟରଙ୍କୁ ସିନିୟରଙ୍କ ଜୁଲମ

3/12/2022 at 9:36 AM

ଖଲ୍ଲିକୋଟ ୦୩/୧୨: ଗଞ୍ଜାମ ଜିଲ୍ଲା ଏବେ ଗୋଟିଏ ପରେ ଗୋଟିଏ କଲେଜରୁ ରାଗିଂ ଅଭିଯୋଗ ଆସୁଛି । ଏବେ ପୁଣି ଖଲ୍ଲିକୋଟ ଆରସିଏମ କଲେଜରୁ ଆସିଛି ରାଗିଂ ଅଭିଯୋଗ । କଲେଜର ବାର୍ଷିକ ଉତ୍ସବ ଚାନ୍ଦା ଆଦାୟକୁ ନେଇ ଜଣେ ସିନିୟର ଛାତ୍ର ଅଣ ଛାତ୍ରଙ୍କ ସହ ମିଶି ଜୁନିୟର ଛାତ୍ରଙ୍କ ଉପରେ ଜୁଲୁମ କରୁଥିବା ଅଭିଯୋଗ ହୋଇଛି । କମର୍ସର ଦ୍ୱିତୀୟ ବର୍ଷ ଛାତ୍ର ବବୁଲ ରାଉଳ ଅଧ୍ୟୟନ କରୁଛନ୍ତି ।

ସୌଭାଗ୍ୟ ଜିତ ଆଚାର୍ଯ୍ୟଙ୍କ ଉପରେ କଲେଜରେ ହେବାକୁ ଥିବା ବାର୍ଷିକ ଉତ୍ସବ ପାଇଁ ଚାନ୍ଦା ଆଣିବାକୁ ବବୁଲ କୁଆଡେ ଚାପ ପ୍ରୟୋଗ କରୁଥିଲେ । ବାର୍ଷିକ ଉତ୍ସବ ପାଇଁ ବିଧାୟିକା ଙ୍କ ଠାରୁ ୨୦ ହଜାର ଟଙ୍କା ଚାନ୍ଦା ଆଣିବାକୁ ବବୁଲ ଚାପ ପ୍ରୟୋଗ କରୁଥିଲେ । କିନ୍ତୁ ସରକାରୀ କଲେଜରେ ବାର୍ଷିକ ଉତ୍ସବ ପାଇଁ ବିଧାୟିକା କାହିଁକି ଚାନ୍ଦା ଦେବେ ବୋଲି ସୌଭାଗ୍ୟ ପ୍ରଶ୍ନ କରିଥିଲେ ।

ଏହାକୁ ନେଇ କଲେଜ ପରିସରରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଅଣ ଛାତ୍ରଙ୍କ ସହ ମିଶି ବବୁଲ ଜୁନିୟର ଛାତ୍ର ସୌଭାଗ୍ୟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏ ନେଇ ସୌଭାଗ୍ୟ ମାଡ଼ ଖାଉଥିବା ସମୟରେ ଦେଖିଥିବା କିଛି ଛାତ୍ର ଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ପତ୍ର କଲେଜ ଅଧ୍ୟକ୍ଷଙ୍କୁ ଦେଇଥିଲେ । ତେବେ ଏ ସମ୍ପର୍କରେ ଆରସିଏମ କଲେଜ ଅଧ୍ୟକ୍ଷ ବିମଳ ପ୍ରସାଦ ସାହୁଏହାକୁ କଲେଜର ଶୃଙ୍ଖଳା ଗତ କମିଟି ନିକଟରେ ଉପସ୍ଥାପନ କରିବି ବୋଲି କହିଥିଲେ । ଆଜି ଶୃଙ୍ଖଳା କମିଟିର ବୈଠକ ବସି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

   Related Posts