ପୁଣି ରାଗିଂ ଅଭିଯୋଗ : ମଦ ପିଇବାକୁ ଟଙ୍କା ନଦେବାରୁ ମାଡ ମାରି କଲେ ଉଠବସ୍
6/07/2022 at 11:08 AM

ଭୁବନେଶ୍ବର ୬।୭: ରାଜଧାନୀରେ ପୁଣି ରାଗିଂ ଅଭିଯୋଗ । ବେସିକ୍ ସାଇନ୍ସ କଲେଜ ଛାତ୍ରଙ୍କୁ ରାଗିଂ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ୩ ଜଣ ସିନିୟର ଛାତ୍ର ଜୁନିୟର ଛାତ୍ରଙ୍କୁ ରାଗିଂ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ କରିଥିବା ଛାତ୍ର ହେଲେ ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ର ସୋମନାଥ ସେଠୀ । ମଦ ପିଇବାକୁ ଟଙ୍କା ନଦେବାରୁ ମାଡ଼ ମାରିବା ସହ ଉଠବସ୍ କରିଥିବା ନେଇ ଅଭିଯୋଗ ହୋଇଛି ।
ଅଭିଯୋଗ ପରେ ଖଣ୍ଡଗିରି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସର ସୂଚନା ଅନୁସାରେ, ମାଡ ମାରିଥିବା ଛାତ୍ର ଏଗ୍ରିକଲଚର ବିଭଗର । ମଦ ପିଇବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ଓୟୁଏଟି କ୍ୟାମ୍ପସ୍ ଭିତରେ ଏଭଳି ଘଟଣା ଘଟିଛି ।
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022