ପତ୍ନୀଙ୍କୁ ଛାଡପତ୍ର ଦେବେ ରାପର୍ ରଫ୍ତାର, ବିବାହର ୬ବର୍ଷ ପରେ ହେବେ ଅଲଗା
24/06/2022 at 12:48 PM

ମୁମ୍ବାଇ ୨୪।୦୬ : ରାପର୍ ରଫ୍ତାର ଏବଂ ତାଙ୍କ ପତ୍ନୀ କୋମଲଙ୍କ ଛାଡପତ୍ର ଖବର ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଖବର ଅନୁଯାୟୀ ୨୦୨୦ ମସିହାରେ ଉଭୟେ ଛାଡପତ୍ରର ନିଷ୍ପତ୍ତି ନେଇଥିଲେ। କୋଭିଡ କାରଣରୁ ଏହା ବିଳମ୍ବ ହୋଇଥିଲା। କୁହାଯାଉଛି କି ଚଳିତ ବର୍ଷ ଅକ୍ଟୋବରରେ ଉଭୟ ଛାଡପତ୍ର କାଗଜପତ୍ରରେ ଦସ୍ତଖତ କରିବେ। ରଫ୍ତାର ଏବଂ କୋମଲ ୨୦୧୬ ରେ ବିବାହ କରିଥିଲେ। ସେ ତାଙ୍କ ବିବାହର ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ ମଧ୍ୟ ଚକିତ କରିଥିଲେ। ଆଉ ଏବେ ହଠାତ୍ ଛାଡପତ୍ର ଖବର ଶୁଣିବାକୁ ମିଳିଛି ।

କହିବାକୁ ଗଲେ ଦୁହେଁ ଦୁହିଁଙ୍କୁ ୨୦୧୧ରେ ଭେଟିଥିଲେ । ଉଭୟ ୨୦୧୬ରେ ବିବାହ କରିଥିଲେ । ବିବାହ ପରେ ସବୁ ଠିକ୍ ଚାଲିଥିଲା । ହେଲେ ହଠାତ୍ ଦୁଇ ଜଣଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଯେଉଁଥି ପାଇଁ ଉଭୟ ଦୀର୍ଘ ସମୟ ଧରି ଅଲଗା ରହୁଥିଲେ। କିନ୍ତୁ ଦୁହିଁଙ୍କ ପରିବାର ମଧ୍ୟରେ ସମ୍ପର୍କ ଖୁବ୍ ଭଲ। ବର୍ତ୍ତମାନ ଦୁହେଁ ନିଜ ଜୀବନରେ ଆଗକୁ ବଢି ସାରିଛନ୍ତି। ତାଙ୍କର ଜଣେ ସମ୍ପର୍କୀୟ ଏହା କହିଛନ୍ତି ଯେ କେବଳ ଘନିଷ୍ଠ ଲୋକ ଏହା ବିଷୟରେ ଜାଣିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ଉଭୟ ୨୦୨୦ରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। କରୋନା କାରଣରୁ ସମସ୍ୟା ଦେଖାଦେଇଥିଲା ଯାହା ଫଳରେ ବିଳମ୍ବ ହୋଇଥିଲା। ଏବେ ଉଭୟ ୬ ଅକ୍ଟୋବରକୁ କାଗଜପତ୍ରରେ ଦସ୍ତଖତ କରିବେ।ଯେତେବେଳେ କୋମଲଙ୍କୁ ଏବିଷୟରେ ପଚରାଗଲା, ସେ ଛାଡପତ୍ରକୁ ନିଶ୍ଚିତ କରିଥିଲେ କିନ୍ତୁ କିଛି କହିବାକୁ ମନା କରିଦେଇଥିଲେ।