ଶତ୍ରୁକୁ ଚେକ୍ ଦେବା ପାଇଁ ଜୁଲାଇ ୨୯ରେ ଆସିବ ରାଫେଲ, ଅମ୍ବାଲା ଏୟାରବେସ୍‌ରେ ମୁତୟନ ହେବ ୫ ବିମାନ

Published By : Prameya-News7 Bureau | July 20, 2020 IST

ନୂଆଦିଲ୍ଲୀ ୨୦।୦୭: ଭାରତୀୟ ବାୟୁସେନା ପାଇଁ ଜୁଲାଇ ୨୯ ଖାସ୍ ଦିନ ହେବାକୁ ଯାଉଛି। ଆଶା ରହିଛି ଯେ, ଏହି ଦିନ ଭାରତକୁ ୫ ରାଫେଲ ବିମାନ ମିଳିଯିବ। ସେହି ଦିନ ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ଏହାକୁ ବାୟୁସେନାରେ ସାମିଲ କରାଯିବ। କିନ୍ତୁ ଜୁଲାଇ ୨୯ରେ ପାଣିପାଗ କେମିତି ରହୁଛି ତାରି ଉପରେ କାର୍ଯ୍ୟକ୍ରମ ନିର୍ଭର କରେ। ଏହି ଦିନ ପାଣିପାଗର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି। ମୌସୁମି କାରଣରୁ ସଂପ୍ରତି ଉତ୍ତର ଭାରତରେ ବର୍ଷା ଲାଗି ରହିଛି।

ଜୁଲାଇ ୨୯ରେ ବାୟୁସେନାରେ ସାମିଲ ହେବା ପରେ ରାଫେଲ ବିମାନ ଅଗଷ୍ଟ ୨୦ରେ ଏକ ସମାରୋହରେ ରାଫେଲକୁ ବାୟୁସେନାରେ ଅନ୍ତିମ ଭାବେ ସାମିଲ କରାଯିବ। ଭାରତୀୟ ବାୟୁସେନାର ଅଧିକାରୀ ରାଫେଲର ଟେକନିକ୍ ଜାଣିବା ପାଇଁ ବ୍ୟାପକ ପ୍ରଶିକ୍ଷଣ ନେଇଛନ୍ତି। ଅଧିକାରୀ ଏହି ଲଢୁଆ ବିମାନର ଉଚ୍ଚ ମାରକ କ୍ଷମତାର ଗଭୀର ଅଧ୍ୟୟନ କରିଛନ୍ତି। ଏହାକୁ ଉଡାଇବା ପାଇଁ ଭାରତୀୟ ବାୟୁସେନା ସଂପୂର୍ଣ୍ଣ ପ୍ରସ୍ତୁତ। ବାୟୁସେନା ଅନୁଯାୟୀ ରାଫେଲ ଦେଶରେ ପହଞ୍ଚିବା ପରେ ଏହାକୁ ଶୀଘ୍ର ନିୟୋଜନରେ ସାମିଲ କରିବା ପାଇଁ ଉଦ୍ୟମ କରାଯିବ। ଅର୍ଥାତ ଏହି ବିମାନକୁ ଅଲଗା ଅଲଗା ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯିବ।

ଉଲ୍ଲେଖଯୋଗ୍ୟ, ଭାରତକୁ ଫ୍ରାନ୍ସଠୁ ଦୁଇ ବର୍ଷରେ ୩୬ ରାଫେଲ ବିମାନ ମିଳିବ। ବାୟୁସେନାର ସୂତ୍ର ଅନୁଯାୟୀ ପ୍ରଥମ ସ୍କ୍ଵ୍ରାଡନ ଅମ୍ବାଲା ବେସ୍‌ରୁ ପଶ୍ଚିମ କମାଣ୍ଡ ପାଇଁ କାମ କରିବ। ଦ୍ଵିତୀୟ ସ୍କ୍ଵ୍ରାଡନର ମୁତୟନ ପଶ୍ଚିମବଙ୍ଗର ହାସିମୋରା ଏୟାରଫୋର୍ସ ଷ୍ଟେସନରେ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.