ପୂର୍ବରୁ ମାରାତ୍ମକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ରାଫେଲ ହେବ ଆହୁରି ଘାତକ, ଲାଗିବ ହାମର ମିସାଇଲ, ଶତ୍ରୁଙ୍କ ପାଇଁ ସାଜିବ କାଳ
5/11/2020 at 5:34 PM

ନୂଆଦିଲ୍ଲୀ ୦୫।୧୧: ପୂର୍ବ ଲଦାଖରେ ଜାରି ସୀମା ବିବାଦ ମଧ୍ୟରେ ଭାରତ ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଶତ୍ରୁକୁ ମାତ୍ ଦେବା ଲାଗି ଭାରତୀୟ ସେନାକୁ କିଛି ସମୟ ପୂର୍ବରୁ ଲଢୁଆ ରାଫେଲ ବିମାନ ମିଳିଛି। ଏମିତିରେ ରାଫେଲ ଶତ୍ରକୁ ଉଚିତ୍ ଜବାବ ଦେବାକୁ ପ୍ରଥମରୁ ପ୍ରସ୍ତୁତ। କିନ୍ତୁ ଏବେ ଏହାର ଶକ୍ତିକୁ ଆହୁରି ବୃଦ୍ଧି କରାଯାଉଛି। ଭାରତୀୟ ଲଢୁଆ ବିମାନ ରାଫେଲର କ୍ଷମତା ଆହୁରି ବଢିବ କାରଣ ଏଥିରେ ହାମଲ କ୍ଷେପଣାସ୍ତ୍ର ଖଞ୍ଜାଯିବ। ହାମର ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରୁଥିବା ରକେଟ୍ ଜରିଆରେ ଚାଲୁଥିବା ଏକ ମିସାଇଲ କିଟ୍। ଏହା ଶତ୍ରୁଙ୍କ ପାଇଁ କାଳ ସାଜିବ।
ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ଫ୍ରାନ୍ସ ଭାରତୀୟ ଲଢୁଆ ବିମାନ ରାଫେଲରେ ସବୁ ପରିବେଶରେ ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ ହାମର ସହ ସଂଯୋଗ କରିବା ଉପରେ ସହମତି ପ୍ରକାଶ କରିଛି। ଏହା ପୂର୍ବରୁ ରାଫେଲକୁ ଆକାଶ ଏବଂ ଭୂପୃଷ୍ଠ ଦୁଇ ଜାଗାରେ ନିଜର ଲକ୍ଷ୍ୟଭେଦ ଧ୍ଵଂସ କରୁଥିବା ଘାତକ ଏମଆଇସିଏ, ମେଟେରୋ ଏବଂ ସ୍କାଲ୍ପ ମିସାଇଲରେ ସଂଯୋଗ କରାଯାଇଛି।
ରିପୋର୍ଟ ଅନୁଯାୟୀ ହାମର ବହୁତ ଘାତକ ଯୁଦ୍ଧାସ୍ତ୍ର। ଏହାକୁ ବିନା ଜିପିଏସରେ ବହୁତ କମ ଦୂରରୁ ୭୦ କିଲୋମିଟରର ଲମ୍ବା ରେଞ୍ଜରୁ ନିକ୍ଷେପ କରାଯାଇପାରିବ। ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ୨୦୨୦ ସେପ୍ଟେମ୍ବରରେ ଭାରତ ଓ ଫ୍ରାନ୍ସ ସରକାର ମଧ୍ୟରେ ହାମର କ୍ଷେପଣାସ୍ତ୍ର ଉପରେ ହସ୍ତାକ୍ଷର କରିଥିଲେ। ଚଳିତ ଶେଷ ସୁଦ୍ଧା ବଡ ସଂଖ୍ୟାରେ ଯୁଦ୍ଧାସ୍ତ୍ରକୁ ଅମ୍ବାଲା ସ୍ଥିତ ଭାରତୀୟ ବାୟୁସେନା ଘାଟିର ଗୋଲ୍ଡେନ ସ୍କ୍ଵାଡ୍ରନକୁ ଯୋଗାଇ ଦିଆଯିବ।
ଭାରତ ଓ ଫ୍ରାନ୍ସ ମଧ୍ୟରେ ପ୍ରତିରକ୍ଷା ସହଯୋଗ ନେଇ ହୋଇଥିବା ରାଜିନାମା ଅନୁଯାୟୀ ହାମର ଯୁଦ୍ଧାସ୍ତ୍ରକୁ ଗୋଟିଏ ବର୍ଷ ଭିତରେ ଭାରତୀୟ ବାୟୁସେନାକୁ ଯୋଗାଇ ଦେବାର ଥିଲା। ଏବେ ଏହାକୁ ତ୍ଵରାନ୍ଵିତ କରାଯାଇ ଭାରତକୁ ଯୋଗାଇ ଦେବାକୁ ଫ୍ରାନ୍ସ ରାଜି ହୋଇଛି। ଏହା ପରେ ଶତ୍ରୁଙ୍କ ପାଇଁ ରାଫେଲ କାଳ ସାଜିବ।