କେବଳ ପେଟ ନୁହେଁ, କେଶ ଏବଂ ଚର୍ମ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ମୂଳା, ଜାଣନ୍ତୁ ଏହାର ଉପକାରିତା...

Published By : Prameya-News7 Bureau | March 11, 2021 IST

ଭୁବନେଶ୍ୱର ୧୧/୦୩: ମୂଳା ଖାଇବା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ଜଣାଯାଇଥାଏ, ତେଣୁ ଲୋକମାନେ ଏହାକୁ ପନିପରିବା କିମ୍ବା ସାଲାଡ ଭାବରେ ଖାଇଥାନ୍ତି । କିନ୍ତୁ ମୂଳା ଚର୍ମ ଏବଂ କେଶ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।  ବାସ୍ତବରେ, ମୂଳାରେ କିଛି ଏପରି ଗୁଣ ରହିଛି ଯାହା ଚର୍ମ ସହିତ କେଶ ପାଇଁ ମଧ୍ୟ ଉପକାରି ହୋଇଥାଏ । ତେବେ ଚାଲନ୍ତୁ ଜାଣିବା  ଚର୍ମ ଏବଂ କେଶ ପାଇଁ ମୂଳା କାହିଁକି ଉପକାରି ଏବଂ ଏହାକୁ କିପରି ବ୍ୟବହାର କରିବା…

Benefits of Radish: Why you must have Radish in winters

 ମୂଳାର ଉପକାରିତା : ମୂଳାରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଚର୍ମରେ କୋଲାଜେନ୍ ସ୍ତରକୁ ବଢାଇଥାଏ ଏବଂ ମେଲାଲିନ ସ୍ତରକୁ ନିୟନ୍ତ୍ରଣ ରଖିଥାଏ । ଏହା କେବଳ ଆଣ୍ଟି-ଏଜିଙ୍ଗ୍ ସମସ୍ୟା ଦୂର କରିନଥାଏ ବରଂ ଶରୀରର ରଙ୍ଗ ମଧ୍ୟ ବଢାଇଥାଏ । ଏହା ସହିତ ମୂଳା ଚର୍ମକୁ ସୂର୍ଯ୍ୟର କ୍ଷତିକାରକ କିରଣରୁ ରକ୍ଷା କରିଥାଏ ।

PunjabKesari

ଚେହେରା ପାଇଁ ମୂଳାର ଫେସ୍ ପ୍ୟାକ୍ : ମୂଳାକୁ  ଛେଲି ତାହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏକ ପାତ୍ରରେ ମୂଳା ପେଷ୍ଟ, କିଛି ବୁନ୍ଦା ଲେମ୍ବୁ ରସ, ୪-୫ ବୁନ୍ଦା ଅଲିଭ୍ ଅଏଲ୍ ମିଶାଇ ଭଲ ଭାବରେ ମିଶାନ୍ତୁ ।  ଏହି ମିଶ୍ରଣକୁ  ମୁହଁରେ ଲଗାନ୍ତୁ ଏବଂ ୧୦-୧୫ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ । ସପ୍ତାହରେ ଅତି କମରେ ୨-୩ ଥର ଏହା କରନ୍ତୁ ।  ଏହା ଆପଣଙ୍କୁ କିଛି ଦିନ ମଧ୍ୟରେ ଭଲ ରେଜଲ୍ଟ ଦେବ । ଏହି ପ୍ୟାକ୍ କେବଳ ମୁହଁକୁ ଚମକାଇବ ନାହିଁ, ବରଂ ପିମ୍ପଲ୍ ଏବଂ ବ୍ଲାକହେଡସ୍ ଦୂର କରିବାରେ ମଧ୍ୟ ସହାୟକ ହେବ ।

PunjabKesari

ସ୍କିନ୍ ହାଇଡ୍ରେଟ୍ କରିବା ପାଇଁ ମୂଳା ପ୍ୟାକ୍ : ଲେମ୍ବୁ ରସ, ବାଦାମ କିମ୍ବା ଅଲିଭ୍ ଅଏଲକୁ ମୂଳା ରସରେ ମିଶାଇ ରାତିରେ ଶୋଇବା ପୂର୍ବରୁ ମୁହଁରେ ମାଲିସ୍ କରନ୍ତୁ । ସକାଳୁ ଉଠି ଭଲଭାବରେ ମୁହଁକୁ ଧୋଇ ଦିଅନ୍ତୁ । ଏହା ସ୍କିନକୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ ।  ଏଥିସହିତ ଚର୍ମ ସମ୍ବନ୍ଧୀୟ ଅନେକ ରୋଗ ମଧ୍ୟ ଦୂର କରିଥାଏ ।

femina : DIY Beauty: Radish | Femina.in

ମୂଳା ହେୟାର ମାସ୍କ : ମୂଳା ରସରେ କିଛି ବୁନ୍ଦା ବାଦାମ କିମ୍ବା ଅଲିଭ୍ ଅଏଲ୍ ମିଶାଇ ଅତି କମରେ ୧୫-୨୦ ମିନିଟ୍ ପାଇଁ କେଶରେ ଲଗାନ୍ତୁ । ଏହା ପରେ କେଶକୁ ଭଲଭାବରେ ସାମ୍ପୁ ଲଗାଇ ଧୋଇ ଦିଅନ୍ତୁ । କେଶ ଧୋଇବା ପରେ କଣ୍ଡିସନର ନିହାତି କରନ୍ତୁ । ସପ୍ତାହରେ ୨-୩ ଥର ଏହାକୁ ବ୍ୟବହାର କରନ୍ତୁ । ଏହି ପ୍ୟାକ୍ କେବଳ କେଶ ଝଡ଼ିବା ବନ୍ଦ କରେ ନାହିଁ, ରୂପି ସମସ୍ୟା ମଧ୍ୟ ଦୂର କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.