ଆଧୁନିକ ଯୁଗରେ ଅନନ୍ତଙ୍କୁ ଲାଗିଛି ରେଡ଼ିଓର ମୋହ, ଜଗନ୍ନାଥଙ୍କ ଭଜନ ଶୁଣି କାଟୁଛନ୍ତି ଦିନ

Published By : Prameya-News7 Bureau | August 08, 2022 IST

ଜଳେଶ୍ୱର ୦୮/୦୮: ଡିଜିଟାଲ ଯୁଗରେ ପିଲା ଠାରୁ ଆରମ୍ଭ କରି ବୟସ୍କଙ୍କ ମଧ୍ୟରେ ଆଣ୍ଡ୍ରଏଡ଼ ମୋବାଇଲ ସେଟ ବ୍ୟବହାର କରୁଛନ୍ତି । ଦିନକୁ ଦିନ ଏହି ଟ୍ରେଣ୍ଡ ବଢୁଥିବା ବେଳେ ଏବେବି ଆଦର ରହିଛି ରେଡ଼ିଓରେ । ନିଜର ଅବସର ସମୟରେ ରେଡ଼ିଓରୁ ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ମନକୁ ପ୍ରଫୁଲ କରୁଛନ୍ତି ବୃଦ୍ଧ । ରେଡ଼ିଓକୁ ନେଇ ସେ ଏବେ ଚର୍ଚ୍ଚାରେ ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବ୍ଲକ ଖଗଡାପାଳ ଗ୍ରାମର ଅନନ୍ତ ରଣା । ବୟସ ପାଖାପାଖି ୬୦ । ଗରିବ ଅନନ୍ତ ଜାତିରେ କମାର । ପରିବାର ପ୍ରତିପୋଷଣ ପାଇଁ ବାଲିଆପାଳ ସିମୁଳିଆ ମାର୍କେଟରେ ଏକ ଶାଳ କରି ପୁରୁଣା ଲୁହା ଜିନିଷ ପଜେଇ ଧାର କରନ୍ତି । ସେଥିରୁ ଯାହା ଦୁଇ ପଇସା ପାଆନ୍ତି ପରିବାର ପ୍ରତିପୋଷଣ କରନ୍ତି ।

ତାଙ୍କ ପାଖରେ ଏବେ ବି ରେଡ଼ିଓର ମୋହ ରହିଛି । କାମ କରୁଥିବା ସମୟ କିମ୍ବା କାମରୁ ଅବସାଦ ପରେ ମଧ୍ୟ ସେ ରେଡ଼ିଓର ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ମନକୁ କରନ୍ତି ପ୍ରଫୁଲ । ସେ ରେଡ଼ିଓ ମାଧ୍ୟମରେ ଏଫେମରୁ ଗୀତ ଶୁଣିବା ସହିତ ଖବର ଶୁଣି ଆନନ୍ଦ ପାଆନ୍ତି ।

ପିଲାଟି ଦିନରୁ ରେଡ଼ିଓ ପ୍ରତି ତାଙ୍କର ଆଦର ଜମିଥିଲା ବେଳେ ବର୍ତମାନ ସମୟରେ ଏହାର ମୋହ ଛାଡି ପାରି ନାହାନ୍ତି ବୋଲି କହିଛନ୍ତି । ସେପଟେ ବର୍ତ୍ତମାନ ଯୁଗରେ ଅନନ୍ତଙ୍କ ରେଡ଼ିଓ ପ୍ରତି ମୋହକୁ ଦେଖି ସ୍ଥାନୀୟ ବାସିନ୍ଦା ମାନେ ଖୁବ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.