Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ରାଧିକା ମଦାନଙ୍କ ପୋଷାକକୁ ନେଇ ୟୁଜର୍ସ କଲେ ଟ୍ରୋଲ୍ : ରାଗିକି କହିଲେ ମୋ ଶରୀର.. ମୁଁ ଯାହା ଚାହିଁବି ପିନ୍ଧିବି….

29/09/2021 at 9:35 AM

ମୁମ୍ବାଇ ୨୯/୦୯: ବହୁତ କମ ବୟସରୁ ରାଧିକା ମଦାନ ବଲିଉଡ୍‌ରେ ନିଜର ସ୍ଥାନ ହାସଲ କରିସାରିଛନ୍ତି । ନିଜ ଅଭିନୟ ପ୍ରତିଭାରେ ସେ ସମସ୍ତଙ୍କୁ ପ୍ରଭାବିତ କରି ପାରିଛନ୍ତି। ସେ ଅନେକ ବଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଟେଲିଭିଜନ ଦୁନିଆରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ବଡ ପରଦାରେ ମଧ୍ୟ ରାଜ କରିସାରିଲେଣି। ଦିବଂଗତ ଅଭିନେତା ଇରଫାନ ଖାନଙ୍କ ସହ ‘ଅଂଗ୍ରେଜୀ ମିଡିୟମ୍’ରେ ତାଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ।

ଗତ ତିନି ବର୍ଷ ଭିତରେ ଅନେକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖେଇଥିବା ରାଧିକା ନିଜର ବୋଲ୍ଡନେସ୍‌ ନେଇ ମଧ୍ୟ ବେଶ ଜଣାଶୁଣା। ସେ ନିଜର ପୋଷାକ ପରିପାଟ୍ଟୀ ନେଇ ଅନେକ ସମରେ ସୋସିଆଲ୍ ମିଡିଆରେ ଟ୍ରୋଲରଙ୍କ ଶିକାର ହୋଇଥାନ୍ତି। ନିକଟରେ ଅଭିନେତ୍ରୀ ଏକ କଳା ରଙ୍ଗର ବ୍ରାଲେଟ୍ ଓ ହାଇ ବେଷ୍ଟେଡ୍ ସ୍ଲାକ୍ସ ପିନ୍ଧିଥିବାର ନଜର ଆସିଥିଲେ। ଏନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି। କିନ୍ତୁ ସେ ଏହି ଟ୍ରୋଲ୍ସଙ୍କୁ ଜବାବ ମଧ୍ୟ ଦେଇଛନ୍ତି।

ଏନେଇ ଏକ ସାକ୍ଷାତକାରରେ ରାଧିକା କହିଛନ୍ତି ଯେ “ମୋର ମନେ ଅଛି ମୁଁ ସୋସିଆଲ୍ ମିଡିଆରେ ନିଜର କିଛି ଫଟୋ ସେୟାର କରିଥିଲି ଏବଂ ତା’ ପରଦିନ ମୁଁ ସବୁ ମେସେଜ୍ ମଧ୍ୟ ପଢିଥିଲି। ସତ କହିବାକୁ ଗଲେ ଟ୍ରୋଲ୍ ହେବା ନେଇ ମୁଁ କିଛି ବି ଭାବି ନ ଥିଲି। ମୁଁ ଯାହା କିଛି ପିନ୍ଧେ ତାକୁ ଭଲପାଏ। ମୁଁ କାହାର ମତକୁ ପସନ୍ଦ କରେ ନାହିଁ। ଏହା ମୋ ଶରୀର। ମତେ ଯାହା ଭଲ ଲାଗିବ ମୁଁ ତାହା ପିନ୍ଧିପାରିବି। ମତେ କେହି ବି କହିପାରିବେ ନାହିଁ ଯେ ମତେ କ’ଣ ପିନ୍ଧିବାର ଅଛି ବା କ’ଣ ପିନ୍ଧିବାର ନାହିଁ ବା ମୁଁ କେମିତି ଦେଖାଯିବାର ଅଛି। ମତେ ଜଣାଅଛି ଯେ ମୁଁ କେମିତି ଦେଖାଯାଉଛି ଏବଂ ମତେ ମୋ ନିଜ ଉପରେ ପୂରା ବିଶ୍ୱାସ ଅଛି” ।

News18hindi

ସୂଚନା ଅନୁଯାୟୀ ରାଧିକା ମଦାନ ଟିଭି ସିରିଏଲ ‘ମେରୀ ଆଶିକୀ ତୁମ୍‌ସେ ହୀ’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେତେବେଳେ ସେ ୧୯ ବର୍ଷର ଥିଲେ। ଏହା ସହିତ ସେ ‘ଝଲକ ଦିଖ୍‌ଲା ଜା’ର ସିଜନ ୮ରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏବଂ ସେ ଅନେକ ୱେବ୍‌ ସିରିଜ ‘ରେ ମଧ୍ୟ ନଜର ଆସିଛନ୍ତି।

ତାଙ୍କ ଫିଲ୍ମ ଦୁନିଆ କଥା ଆଲୋଚନା କଲେ ସେ ମାତ୍ରା ୩ ବର୍ଷ ହେବ ସିନେ ଜଗତରେ ପାଦ ଥାପିଛନ୍ତି। ୨୦୧୮ରେ ‘ପଟାଖା’ରୁ ସେ ବଲିଉଡ୍ ଡେବ୍ୟୁ କରିଥିଲେ। ଏବେ ତାଙ୍କ ହାତରେ ଗୋଟିଏ ଫିଲ୍ମ ଅଛି। ଭିକ୍କୀ କୌଶଲଙ୍କ ଭାଇ ସନୀ କୌଶଲଙ୍କ ସହ ଫିଲ୍ମ ‘ଶିଦ୍ଧତ’ରେ ସେ ନଜର ଆସିବେ।

   Related Posts