ଭୁବନେଶ୍ୱର ୨୭।୧୧ : ଚନ୍ଦକା ଆସିଲା ରାଧିକା । ଭବାନୀପାଟଣାରୁ ଚନ୍ଦକା ଜଙ୍ଗଲରୁ ଆସିଲା ଛୁଆ ହାତୀ ରାଧିକା। ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ରାଧିକାକୁ ଚନ୍ଦକା ଜଙ୍ଗଲରୁ ଆଣିଛି ।
ମଙ୍ଗଳବାର କୁମାରଖୁଣ୍ଟି ହାତୀ ପାଠଶାଳାରେ ପହଞ୍ଚିଛି ରାଧିକା। ୪ ମାସର ଏହି ହାତୀର ମା ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲେ । ଏହା ପରେ ବେସାହାରା ଅବସ୍ଥାରେ ଏହି ହାତୀ ଛୁଆ ବୁଲିଥିବାରୁ ସେଠାରେ ବନ ଅଧିକାରୀ ତାକୁ ଉଦ୍ଧାର କରିଥିଲେ। କିନ୍ତୁ ସେଠି ତାର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାକୁ ଚନ୍ଦକା ସ୍ଥାନାନ୍ତରିତ କରାଯାଇଛି। ଚନ୍ଦକାରେ ଏହି ଛୁଆ ହାତୀ ରାଧିକାର ଚିକିତ୍ସା ହେବ। ରାଧିକା ପୂର୍ବରୁ ୩ ଦିନ ତଳେ କେନ୍ଦୁଝରରୁ ମଧ୍ୟ ଏକ ଦୁଇ ମାସର ହାତୀ ଛୁଆ ଆସିଛି। କୁମାରଖୁଣ୍ଟି ପାଠଶାଳାରେ ଛୋଟ ବଡ଼ ମିଶାଇ ୮ ଟି ହାତୀ ରହିଛି। ୪ ଛୁଆ ହାତୀ ଆଉ ୪ ବଡ଼ ହାତୀ।