ମ୍ୟାଗାଜିନର କଭର ଫଟୋରେ ରାଧିକା ଆପ୍ତେଙ୍କ ହଟ୍ ଅନ୍ଦାଜ

Published By : Prameya-News7 Bureau | January 25, 2019 IST

ମୁମ୍ବାଇ ୨୫/୧: ବଲିଉଡ ଅଭିନେତ୍ରୀ ରାଧିକା ଆପ୍ତେ ଏବେ ଫିଲ୍ମ ଦୁନିଆରୁ କିଛି ଦିନ ଯାଏଁ ଦୂରରେ ଅଛନ୍ତି। କିନ୍ତୁ ତାଙ୍କ ହଟ୍ ଅନ୍ଦାଜରେ ଲୋକଙ୍କ ହୃଦସ୍ପନ୍ଦନକୁ ବଢ଼ାଇ ଦେଇଛନ୍ତି। ଏବେ ରାଧିକା କେତେକ ମ୍ୟାଗାଜିନର କଭର ପେଜରେ ଛାଇ ଯାଇଛନ୍ତି। ଗତ ବର୍ଷ ରାଧିକା ମ୍ୟାକ୍ସିମ୍ ଇଣ୍ଡିଆ ମ୍ୟାଗାଜିନର କଭର ପେଜରେ ନଜର ଆସିଥିଲେ।

{"id":77904,"width":601,"height":731}

ଏବେ ୨୦୧୯ରେ ବର୍ଷ ଆରମ୍ଭରୁ ରାଧିକା ଧମାଲ କରୁଛନ୍ତି। ନିକଟରେ ରାଧିକା ଏକ ମ୍ୟାଗାଜିନ୍ ନିମନ୍ତେ ହଟ୍ ଫଟୋସୁଟ୍ କରିଛନ୍ତି। ଏହି ଫଟୋରେ ରାଧିକା ଓ୍ବାନ୍ ଶୋଲଡର ହାଇ-ଥାଇ ସ୍ଲିଟ୍ ଗାଉନରେ ନଜର ଆସିଛନ୍ତି। ଏଥିରେ ସେ ସ୍ଲିକ୍ ହେୟାରଷ୍ଟାଇଲ ସହ ଷ୍ଟେଟମେଣ୍ଟ୍ ଜୁଏଲାରୀ ପିନ୍ଧିଛନ୍ତି। ସେ ଅତ୍ୟନ୍ତ କ୍ଲାସି ଦେଖାଯାଉଛନ୍ତି।

{"id":77905,"width":593,"height":365}

ରାଧିକା ଆପ୍ତେ ‘‘ପାର୍ଚଡ’’ ଫିଲ୍ମରେ ନ୍ୟୁଡ୍ ସିନ୍ ଦେଇ ଖୁବ୍ ଚର୍ଚ୍ଚାରେ ଥିଲେ। ଏବେ ମାକ୍ସିମ୍ ତାଙ୍କୁ ନିଜର କଭରଗାର୍ଲ କରିଛି। ପୂର୍ବରୁ ରାଧିକା ଭୋଗ୍ ମ୍ୟାଗାଜିନ୍ ପାଇଁ ଫଟୋସୁଟ୍ କରିସାରିଛନ୍ତି। ଏଥିରେ ଫଟୋସୁଟ୍ କରି ସେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ।

{"id":77906,"width":594,"height":737}

ଏଥିରେ ସେ ଅତ୍ୟନ୍ତ ବୋଲ୍ଡ ଲୁକ୍ ଦେଇଛନ୍ତି। ଏବେ ସେ ମ୍ୟାକ୍ସିମର କଭରପେଜରେ ମଧ୍ୟ ନଜର ଆସିଛନ୍ତି। ଏଥିରେ ସେ ଅତ୍ୟନ୍ତ ସେକ୍ସି ଲାଗୁଛନ୍ତି। ବ୍ଲାକ୍ ଏଣ୍ଡ ହ୍ବାଇଟ୍ କମ୍ବିନେସନ୍ ଥିବା ଏହି ଗାଉନରେ ରାଧିକା ଓଦା ହେୟାରଷ୍ଟାଇଲ୍ କରିଛନ୍ତି।

{"id":77908,"width":597,"height":720}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.