ଲଣ୍ଡନରୁ ମୁମ୍ବାଇ ଫେରିଲେ ରାଧିକା ଆପ୍ତେ : ଇନଷ୍ଟାଗ୍ରାମରେ ବଖାଣିଲେ,‘ଫ୍ଲାଇଟ୍ ଥିଲା ଫୁଲ୍,ଲୋକଙ୍କ ମଧ୍ୟରେ ନଥିଲା ଭୟ’

Published By : Prameya-News7 Bureau | March 19, 2020 IST

ମୁମ୍ବାଇ ୧୯/୩: କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ରାଧିକା ଆପ୍ତେ ଲଣ୍ଡନରୁ ଭାରତ ଫେରିଛନ୍ତି।ରାଧିକା ଲଣ୍ଡନର ମ୍ୟୁଜିସିୟାନ୍ ବେନେଡିକ୍ଟ ଟେଲରଙ୍କୁ ବିବାହ କରିଛନ୍ତି ଏବଂ ସେ ଅଧିକାଂଶ ସମୟ ମୁମ୍ବାଇରୁ ଲଣ୍ଡନ ଯିବା ଆସିବା କରିଥାଆନ୍ତି। କରୋନା ଭାଇରସ୍ ଯୋଗୁଁ ରାଧିକା ମୁମ୍ବାଇ ଫେରି ଆସିଛନ୍ତି ଏବଂ ସେ ନିଜ ଯାତ୍ରାର ଅନୁଭବ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

wp:core-embed/instagram {"url":"https://www.instagram.com/p/B93y7kXnn7v/","type":"rich","providerNameSlug":"instagram","className":""}
https://www.instagram.com/p/B93y7kXnn7v/
/wp:core-embed/instagram

ରାଧିକା ନିଜର ଏକ ଫଟୋ ସେୟାର କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଏବଂ ସେ ଲେଖିଛନ୍ତି ଯେ,‘ ସେ ଲଣ୍ଡନରୁ ଭଲରେ ଫେରିଛନ୍ତି। ଇମିଗ୍ରେସନରେ କୌଣସି ସମସ୍ୟା ହୋଇନାହିଁ। ଏହା ଖାଲି ଥିଲା ଏବଂ କର୍ମଚାରୀଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଥିଲା। ଆପଣ ସମସ୍ତଙ୍କ ମ୍ୟାସେଜ ପାଇଁ ଧନ୍ୟବାଦ। ଫ୍ଲାଇଟ୍ ଫୁଲ ଥିଲା’।

{"id":240897,"width":592,"height":533,"sizeSlug":"large"}

ରାଧିକାଙ୍କ ଏହି ପୋଷ୍ଟରେ ୨୪ଘଣ୍ଟା ଭିତରେ ୧୦୦୦୦୦ରୁ ଅଧିକ ଲାଇକ୍ ମିଳିସାରିଛି। ରାଧିକା ‘କଓ୍ବାଲି’,‘ଅନ୍ଧାଧୁନ୍’,‘ପ୍ୟାଡମ୍ୟାନ୍’ ଫିଲ୍ମ ବ୍ୟତୀତ ‘ଲଷ୍ଟ ଷ୍ଟୋରିଜ’,‘ସାକ୍ରେଡ ଗେମସ’,‘ଘୌଲ’ ଭଳି ଓ୍ବେବସିରିଜରେ କାମ କରିଛନ୍ତି।

{"id":240910,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.