ମୁମ୍ବାଇ ୫।୭: ରାଧିକା ଆପତେ ବଲିଉଡ୍ର ଜଣେ ପ୍ରତିଭାସମ୍ପନ୍ନ ଅଭିନେତ୍ରୀ ଭାବେ ଜଣାଶୁଣା । ଏହି ଅଭିନେତ୍ରୀଙ୍କୁ ତାଙ୍କ ଅଭିନୟ ସହ କୌଣସି ପ୍ରକାରର ଅନ୍ୟାୟ କରିବା ପସନ୍ଦ ନାହିଁ । ଫିଲ୍ମରେ ତାଙ୍କ ଅଭିନୟର ଡିମାଣ୍ଡ ଯାହା ହେଇଥାଉ ନା କାହିଁକି ରାଧିକା ତାଙ୍କର ବେଷ୍ଟ ଦେବାପାଇଁ ପଛଘୁଞ୍ଚା ଦିଅନ୍ତିନାହିଁ । ଏହି ଚକ୍କରରେ ତାଙ୍କୁ କଣ୍ଟ୍ରୋଭର୍ସିର ସାମ୍ନା କରିବାକୁ ପଡିଥିଲା ।
ରାଧିକା ଆପତେ ଏପର୍ଯ୍ୟନ୍ତ ଅନେକ ଫିଲ୍ମ ଏବଂ ଓ୍ବେବ୍ ସିରିଜ୍ରେ ତାଙ୍କ ଅଭିନୟ ଦେଖାଇ ସାରିଛନ୍ତି । ସେଥିମଧ୍ୟରୁ ଲଷ୍ଟ ଷ୍ଟୋରିଜ୍, ଘୋଲ, ପାର୍ଚ୍ଡ, ଅନ୍ଧାଧୁନ୍, ସେକ୍ରେଡ୍, ଗେମ୍ସ ଆଦି ଅନ୍ୟତମ । ଏସବୁ ଫିଲ୍ମ ଏବଂ ଓ୍ବେବ୍ ସିରିଜ୍ରେ ରାଧିକା ତାଙ୍କ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି । ସ୍କ୍ରିପ୍ଟ ଅନୁସାରେ ବୋଲ୍ଡ ସିନ୍ ମଦ୍ୟ ଦେଇଛନ୍ତି । ଥରେ ଏସବୁ ଚକ୍କରରେ ତାଙ୍କ ନ୍ୟୁଜ୍ ଭିଡିଓ ଭାଇରାଲ୍ ହୋଇଯାଇଥିଲା । ଏହାପରେ ସେ ଟ୍ରୋଲ୍ ମଧ୍ୟ ହୋଇଥିଲେ ।
{"id":651803,"sizeSlug":"full","linkDestination":"none"}ରାଧିକା ଏନେଇ ଏକ ସାକ୍ଷାତକାରରେ କହିଥିଲେ । ସେ କହିଥିଲେ ଯେ, ଭିଡିଓଟି ତାଙ୍କ ଅଭିନୀତ ଫିଲ୍ମ କ୍ଲିନ୍ ସେଭ୍ର ଶୁଟିଂ ସମୟର ଥିଲା । ସେହି ସମୟରେ ସେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲାବେଳେ ତାଙ୍କୁ ଏହି ଭିଡିଓ ସମ୍ପର୍କରେ ଜଣାପଡିଥିଲା । ଏ ଭିଡିଓ ସମ୍ପର୍କରେ ଜଣାପଡିବା ପରେ ସେ ନିଜକୁ ନିଜେ ସମ୍ଭାଳି ପାରିନଥିଲେ । ଏହି ଘଟଣା ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା ।
ସେ କହିଥିଲେ ପ୍ରଥମେ ତାଙ୍କୁ ମିଡିଆ ଟ୍ରୋଲିଂର କୌଣସି ଫରକ ପଡିନଥିଲା । ଯେତେବେଳେ ତାଙ୍କ ଡ୍ରାଇଭର, ଓ୍ବାଚମ୍ୟାନ୍ ତାଙ୍କୁ ଫଟୋରେ ଚିହ୍ନି ପାରିଥିଲେ ସେତେବେଳେ ତାଙ୍କୁ ଲଜ୍ଜା ଲାଗିଥିଲା । ଏହି କାରଣରୁ ସେ ଘରୁ ବାହାରିବା ବନ୍ଦ କରିଦେଇଥିଲେ । ପୁଣି ସେ ଭାବିଥିଲେ ଯେ ଏମିତି କରିବା ଦ୍ବାରା କେବଳ ସମୟ ନଷ୍ଟ ହେବ, ଏଥିପାଇଁ କିଛି କରାଯାଇନପାରେ ।