‘ରାଧେ’ ଫିଲ୍ମ ସେଟରୁ ଲିକ୍ ହେଲା ଭିଡିଓ : ଓ୍ବାଣ୍ଟେଡ ଲୁକରେ ନଜର ଆସିଲେ ସଲମାନ୍
5/03/2020 at 11:58 AM

ମୁମ୍ବାଇ ୫/୩: ସଲମାନ ଖାନ୍ ପ୍ରତି ବର୍ଷ ଇଦ୍ ଅବସରରେ ନିଜ ଫିଲ୍ମ ରିଲିଜ କରନ୍ତି। ଏବର୍ଷ ସଲମାନଙ୍କ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ ଇଦରେ ରିଲିଜ ହେବାକୁ ଯାଉଛି। ସଲମାନ ‘ଦବଙ୍ଗ ୩’ ରିଲିଜ ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରି ଦେଇଛି ଏବଂ ନିକଟରେ ଏହି ଫିଲ୍ମର ସେଟରୁ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ସଲମାନଙ୍କୁ ଦେଖିବାକୁ ମିଳୁଛି।
ଏହି ଭିଡିଓରେ ସଲମାନ ଖାନ୍ ରାସ୍ତାରେ ଚାଲୁଛନ୍ତି ଏବଂ ତାଙ୍କ ଫ୍ୟାନ୍ ନିଜ ପ୍ରିୟ ସୁପରଷ୍ଟାରଙ୍କ ସହ ସେଲଫି ନେବାକୁ ଉଦ୍ୟମ କରୁଛନ୍ତି। ସଲମାନ ଏହି ଭିଡିଓରେ ଜିନ୍ସ ଏବଂ ବ୍ଲାକ୍ ଟି-ଶର୍ଟରେ ନଜର ଆସିଛନ୍ତି। ଫ୍ୟାନ୍ସଙ୍କ ମତରେ ସଲମାନ ଏହି ଭିଡିଓରେ ଫିଲ୍ମ ‘ଓ୍ବାଣ୍ଟେଡ’ ଲୁକରେ ନଜର ଆସିଛନ୍ତି।
ସଲମାନଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ଯଦି ସଲମାନଙ୍କ ଶେଷ ଫିଲ୍ମ ‘ଦବଙ୍ଗ ୩’ ଥିଲା। ଏହି ଫିଲ୍ମରେ ତାଙ୍କ ସହ ସୋନାକ୍ଷୀ ସିହ୍ନା ଏବଂ କିଚ୍ଚା ସୁଦୀପ ଭଳି ଷ୍ଟାର ନଜର ଆସିଥିଲେ। ଏହା ବ୍ୟତୀତ ତାଙ୍କ ଫିଲ୍ମ ‘ଭାରତ’ ମଧ୍ୟ ବକ୍ସ ଅଫିସରେ ଠିକଠାକ୍ ପ୍ରଦର୍ଶନ କରିଥିଲା। ଦବଙ୍ଗ ୩ ବ୍ୟତୀତ ସଲମାନ ପୁଣି ଥରେ ଫିଲ୍ମ ‘ରାଧେ’ରେ ପ୍ରଭୁ ଦେବାଙ୍କ ସହ କାମ କରୁଛନ୍ତି। ଭାରତ ପରେ ସଲମାନ ପୁଣି ଥରେ ଦିଶା ପଟାନୀଙ୍କ ସହ କାମ କରୁଛନ୍ତି।