LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଦାନୀ, ଅମ୍ବାନୀଙ୍କ ବ୍ୟତୀତ ଏହି ଅରବପତିଙ୍କର ଖସିଲା ସମ୍ପତ୍ତି, ୨୦୨୩ରେ ହ୍ରାସ ପାଇଲା ଏତିକି ନେଟଓ୍ବର୍ଥ…

25/02/2023 at 11:19 AM

ନୂଆଦିଲ୍ଲୀ ୨୫।୦୨: ୨୦୨୩ରେ ବେଶ୍ ଦ୍ରୁତ ଗତିରେ ହ୍ରାସ ପାଇଛି ଅନେକ ଭାରତୀୟ ଅରବପତିଙ୍କ ସମ୍ପତ୍ତି । ଏଥିରେ ଏସିଆର ଧନୀ ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀଙ୍କ ନିଟ୍ ମୂଲ୍ୟରେ ହ୍ରାସ ଘଟିଛି । ହିଡେନବର୍ଗ  ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବା ପରେ ଗୌତମ ଆଦାନୀ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାର ତୃତୀୟ ସ୍ଥାନରୁ ୨୯ ତମ ସ୍ଥାନକୁ ଖସି ଆସିଛନ୍ତି । ଏହି ରିପୋର୍ଟ ଆସିବାର ମାତ୍ର ଏକ ମାସ ମଧ୍ୟରେ ତାଙ୍କର ନିଟ୍ ମୂଲ୍ୟ ୭୯ ବିଲିୟନ ଡ଼ଲାରକୁ ଖସି ଆସିଛି । ଏହା ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମଧ୍ୟ ଚଳିତ ବର୍ଷ ୫.୯୩ ବିଲିୟନ ଡ଼ଲାରର ସମ୍ପତ୍ତି ହରାଇଛନ୍ତି ।

 କିନ୍ତୁ ଆପଣ ଜାଣନ୍ତି କି ଏହି ଦୁଇଜଣଙ୍କ ବ୍ୟତୀତ ଅନ୍ୟ ଜଣେ ଭାରତୀୟ ଅରବପତି ଚଳିତ ବର୍ଷ ନିଜର ସମ୍ପତ୍ତି ହରାଇବାରେ ରେକର୍ଡ ସୃଷ୍ଟି କରିଛନ୍ତି । ସେ ହେଉଛନ୍ତି ଦିଗ୍ଗଜ ନିବେଶକ ରାଧାକିଶନ୍ ଦମାନୀ । ଆଦାନୀ-ଅମ୍ବାନୀଙ୍କ ପରେ ସେ ହେଉଛନ୍ତି ତୃତୀୟ ଭାରତୀୟ ଯିଏ କି ୨୦୨୩ରେ  ସର୍ବାଧିକ ନେଟ ମୂଲ୍ୟ ହରାଇଛନ୍ତି ।ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ରାଧାକିଶନ୍ ଦମାନୀ ନେଟ ମୂଲ୍ୟ ୧୬.୭ ବିଲିୟନ ଡ଼ଲାରକୁ ହ୍ରାସ ପାଇଛି  । ଚଳିତବର୍ଷ ୨.୬୧ ବିଲିୟନ ଡ଼ଲାର ଅର୍ଥାତ୍ ୧୩ ପ୍ରତିଶତ ହ୍ରାସ ପାଇଛି । ରିପୋର୍ଟ ଅନୁଯାୟୀ,  ଦମାନୀ ବିଶ୍ବ ଧନୀ ତାଲିକାର  ୯୮ ତମ ସ୍ଥାନରେ ରହିଛନ୍ତି ।

ରାଧାକିଶନ୍ ଦମାନୀଙ୍କ କଥା କହିବାକୁ ଗଲେ ଖୁଚୁରା ବଜାରରେ ତାଙ୍କର ବେଶ୍ ନାଁ ରହିଛି । ଏଥିସହିତ ତାଙ୍କର ଡି-ମାର୍ଟ ସାରା ଦେଶରେ ୨୦୦ରୁ ଅଧିକ ଷ୍ଟୋର ଅଛି ।  ଅନ୍ୟପଟେ ରାଧାକିଶନ୍ ଦମାନୀ ଷ୍ଟକ୍ ମାର୍କେଟର ସବୁଠାରୁ ବଡ ନିବେଶକ ଅଟନ୍ତି  ।  ୧୯୮୦ରେ ପ୍ରଥମ ଥର ପାଇଁ ଷ୍ଟକ୍ ମାର୍କେଟରେ ପ୍ରବେଶ କରିଥିଲେ ରାଧାକିଶନ୍ ଦମାନୀ । ପ୍ରଥମରୁ ଅନେକ ବିଫଳତା ମିଳିବା ପରେ ଏବେ ସେ ମାର୍କେଟର ଅଗ୍ରଣୀ ନିବେଶକମାନଙ୍କ ମଧ୍ୟରୁ ଜଣେ  ।  ଏହାପରେ  ୨୦୦୨ରେ ସେ FMCG ସେକ୍ଟରରେ ପ୍ରବେଶ ପାଇଁ ଚେଷ୍ଟା କରିଥିଲେ ଏବଂ ମୁମ୍ବାଇରେ ତାଙ୍କର ପ୍ରଥମ ଡି-ମାର୍ଟ ଷ୍ଟୋର୍‌ ଆରମ୍ଭ କରିଥିଲେ  ।  ବର୍ତ୍ତମାନ ଏହି ଷ୍ଟୋରଗୁଡିକର ସଂଖ୍ୟା ୨୦୦ରେ ପହଞ୍ଚିଛି  ।

   Related Posts