ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ, ମହାପ୍ରଭୁଙ୍କ ପାଖରେ ଲାଗି ହୁଏ ବିଶେଷ ଭୋଗ

Published By : Prameya-News7 Bureau | October 14, 2024 IST

ପୁରୀ ୧୪।୧୦ : ସୋମବାରଠୁ ଶ୍ରୀମନ୍ଦିରରେ ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ରାଧାଦାମୋଦର ବେଶ ହୋଇଥାଏ । ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ । ତେବେ ଏହି ବେଶରେ ମହାପ୍ରଭୁଙ୍କ ପାଖରେ ଏକ ବିଶେଷ ଭୋଗ ଲାଗିଥାଏ । ଯାହାକୁ ବାଳଧୂପ ନାମରେ ପରିଚିତ । ଶ୍ରୀମନ୍ଦିରରେ ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରାଣତଃ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଖୁଦ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡି, ପଇଡ ଆଦି ଭୋଗ ହୋଇଥାଏ । ତେବେ ବଡ଼ଦେଉଳରେ ଏହି ନୀତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.