ଅଁଳାନବମୀରେ ରାଧା ପାଦ ଦର୍ଶନ, ସାକ୍ଷୀଗୋପାଳରେ ଦୁର୍ଲ୍ଲଭ ବେଶ ଦେଖିବାକୁ ଲାଗିଛି ଗହଳି

Published By : Prameya-News7 Bureau | November 21, 2023 IST

ଭୁବନେଶ୍ୱର ୨୧/୧୧: ଅଁଳା ନବମୀରେ ରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କ ଭିଡ । ବ୍ୟାରିଗେଟ ଦେଇ ଧାଡ଼ି ଦର୍ଶନ କରୁଛନ୍ତି ଭକ୍ତ । ନୀତିକାନ୍ତି ସରିବା ପରେ ଭୋର ୫ଟା ରୁ ଚାଲିଛି ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ । କଡା ସୁରକ୍ଷା ବଳୟ ଭିତରେ ସାକ୍ଷୀଗୋପାଳ ମନ୍ଦିରରେ ୨୦ ପ୍ଲାଟୁନ ଫୋର୍ସ, ADD SP ୨ ଜଣ, DSP ୯ ଜଣ, INSP ୧୭ ଜଣ, SI ଓ ASI ୬୯ ଜଣ, ହାବିଲଦାର ୨୨, କନେଷ୍ଟବଳ ୫୪ ଜଣ ନିୟୋଜିତ ହୋଇଛନ୍ତି । ପୁରୀ SPଙ୍କର ରହିଛି କଡା ନଜର ।

wp:embed {"url":"https://www.prameyanews7.com/lord-baralabhdra-harihar-besham-is-held-in-puri-temple/","type":"wp-embed","providerNameSlug":"prameya-news-7"}
https://www.prameyanews7.com/lord-baralabhdra-harihar-besham-is-held-in-puri-temple/
/wp:embed

ସୂଚନା ଥାଉକି, ବର୍ଷକୁ ଥରେ ସାକ୍ଷୀଗୋପାଳ ମନ୍ଦିରରେ ଜଗଦ୍ଧାତ୍ରୀ ମା' ଶ୍ରୀରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ଦୁର୍ଲ୍ଲଭ ପାଦ ଦର୍ଶନ ଚାଲିଛି । ସେହିପରି ସାକ୍ଷୀଗୋପାଳ ଠାକୁର ରାଧାଦାମୋଦର ବେଶରେ ନୃତ୍ୟରତ ଭଙ୍ଗୀରେ ଶୋଭା ପାଉଛନ୍ତି । ସେବାୟତ ପରିବାର ଓ ମନ୍ଦିର କର୍ମଚାରୀଙ୍କ ଦର୍ଶନ ପରେ ସକାଳ ୬ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଛି । ଶାନ୍ତିଶୃଙ୍ଖଳାରେ ମନ୍ଦିର ସମ୍ମୁଖରେ ନିର୍ମିତ ଛାୟାପ୍ରଦ ବ୍ୟାରିକେଡ୍ ମଧ୍ୟରେ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରିଛନ୍ତିି । ଦୀପଦାନ ଠାରୁ ଦର୍ଶନ, ଅଁଳା ବୃକ୍ଷ ପରିକ୍ରରିମା ଓ ପୂଜାର୍ଚ୍ଚନା ପରେ ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.