ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ପାଣିକୋଇଲି ପୋଲିସକୁ ସଫଳତା: ସେକ୍ସ ରାକେଟ ଠାବ, ୬ ଗିରଫ

1/09/2022 at 3:45 PM

ଯାଜପୁର ୦୧/୦୯: ଯାଜପୁର ପାଣିକୋଇଲି ପୋଲିସକୁ ବଡ଼ ସଫଳତା । ପାଣିକୋଇଲି ଛକ ନିକଟ ଏକ ହୋଟେଲରୁ ସେକ୍ସ୍ ରାକେଟ ଠାବ କରିବାରେ ପୋଲିସ ସକ୍ଷମ ହୋଇଛି । ସେଠାରୁ ଜଣେ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ସମେତ ମୋଟ ୬ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ଏହି ହୋଟେଲକୁ ସିଲ୍ କରିଛି ପୋଲିସ । ସୂଚନା ମୁତାବକ ପାଣିକୋଇଲି ଛକ ନିକଟ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଶ୍ରୀହରୀ କଟେଜ୍ ନାମକ ଏକ ହୋଟେଲରେ ଦେହ ବ୍ୟବସାୟ ହେଉଥିବା ନେଇ ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା । ତେବେ ଗତକାଲି ପୋଲିସ ଏହି ହୋଟେଲରେ ଚଢ଼ାଉ କରି ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଗ୍ରାହକଙ୍କୁ କାବୁ କରି ଥାନାକୁ ନେଇଥିଲା ।

ପରେ ଏହି ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ହୋଟେଲ ମାଲିକ ଓ ମ୍ୟାନେଜର ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପାଣିକୋଇଲି ପୋଲିସ । ତେବେ ଆଜି ମଧ୍ୟାହ୍ନରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେପଟେ ଏହି ହୋଟେଲକୁ ମଧ୍ୟ ପୋଲିସ ସିଲ୍ କରିଛି ।

   Related Posts