ଅନୁଗୋଳରେ ସେକ୍ସ ରାକେଟ୍ : କିଙ୍ଗପିନ୍ଙ୍କ ସହ ୨ ମହିଳା ଉଦ୍ଧାର, ଧରାପଡିଲେ ୨ ଗ୍ରାହକ
31/03/2023 at 1:22 PM

ଅନୁଗୋଳ ୩୧।୩: ଅନୁଗୋଳରୁ ସେକ୍ସ ରାକେଟ୍ ଠାବ ହୋଇଛି । ଦୁର୍ଗା ବିହାର ଅଞ୍ଚଳରୁ କିଙ୍ଗପିନ୍ଙ୍କ ସହ ଦୁଇ ଜଣ ମହିଳାଙ୍କୁ ଉଦ୍ଧାର କରିଛି ଅନୁଗୋଳ ପୋଲିସ । ଏହା ସହିତ ଦୁଇ ଜଣ ଗ୍ରାହକଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।

କୌଣସି ସୂତ୍ରରୁ ଖବର ପାଇ ଅନୁଗୋଳ ପୋଲିସ ଦୁର୍ଗା ବିହାର ଅଞ୍ଚଳର ଏକ ଭଡା ଘରେ ଛାପା ମାରିଥିଲା । ସେଠାରୁ ଅସଞ୍ଜତ ଅବସ୍ଥାରେ ଦୁଇ ଜଣ ମହିଳା ଆଉ ଦୁଇ ଗ୍ରାହକଙ୍କୁ ଧରିଛି ପୋଲିସ । ସେମାନଙ୍କଠାରୁ ଅନେକ ଆପତ୍ତିଜନକଙ୍କ ସାମଗ୍ରୀ ମଧ୍ୟ ଜବତ କରିଛି । ପୋଲିସ ସେମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରି ଅଧିକ ତଦନ୍ତ ଚଳାଇଛି ।

ତେବେ କେବେଠାରୁ ଏହି ସେକ୍ସ ରାକେଟ ଚାଲିଥିଲା ଆଉ କିଏ କିଏ ଏହି ରାକେଟରେ ସଂପୃକ୍ତ ଅଛନ୍ତି ତାର ତଦନ୍ତ ଚଳାଇଛି ପୋଲିସ ।