କଟକ ୨୯/୧୦: ଅଲିମ୍ପିକର ଅନ୍ୟତମ ଲୋକପ୍ରିୟ ଇଭେଣ୍ଟ ହେଉଛି ସାଇକେଲ ଚାଳନା ପ୍ରତିଯୋଗୀତା । କଟକର ରାଜରାସ୍ତାରେ ଛୁଟିଛି ଭଳିକି ଭଳି ରେସିଂ ସାଇକେଲ। ଅଵସର ହେଉଛି ରାଜ୍ୟ ସାଇକ୍ଲିଂ ଚାମ୍ପିଅନସିପ୍ । ରାଜ୍ୟର ୧୬ଟି ଜିଲ୍ଲାରୁ ଉଭୟ ଵାଳକ ଓ ଵାଳିକା ଵର୍ଗରେ ୧୬୭ଜଣ ପ୍ରତିଯୋଗୀ ଏହି ଚାମ୍ପିଅନସିପରେ ଅଂଶଗ୍ରହଣ କରିଛନ୍ତି।
ତେବେ ସାଇକେଲ ଚାଳନା ପ୍ରତିଯୋଗୀତା ପାଇଁ ରାଜ୍ୟରେ ସେଭଳି ଭିତ୍ତିଭୂମି ସବୁ ଯାଗାରେ ନାହିଁ । ତଥାପି ପ୍ରତିଯୋଗୀ ମାନେ ସାଧାରଣ ରାସ୍ତାରେ ଅଭ୍ୟାସ କରି ପ୍ରତିବର୍ଷ ଜାତୀୟ ପ୍ରତିଯୋଗୀତାରେ ରାଜ୍ୟ ପାଇଁ ଗୌରବ ଆଣୁଛନ୍ତି । ସାଇକେଲ ଚାଳନା ପ୍ରତିଯୋଗୀତାରେ ଓଡିଶା ଲଗାତର ଭଲ ପ୍ରଦର୍ଶନ କରିଵା ଯୋଗୁଁ ଧିରେ ଧିରେ ଏହି ଖେଳ ପ୍ରତି ଯୁଵକ ଯୁବତୀ ମାନଙ୍କ ଆଗ୍ରହ ଵଢିଲାଣି।
ରାଜ୍ୟରୁ ପ୍ରତିଭାବାନ ସାଇକେଲ ଚାଳକ ବାହାରୁଥିବାରୁ ସରକାର ଗୋଠପାଟଣା ନିକଟରେ ଅନ୍ତର୍ଜାତୀୟ ସ୍ତରର ସାଇକେଲ ଟ୍ରାକ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଆଉ ଟିକିଏ ପ୍ରୋତ୍ସାହନ ମିଳିଲେ ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଭିତ୍ତିଭୂମି ତିଆରି ହେଲେ ଆମ ରାଜ୍ୟର ପିଲା ମାନେ ସାଇକେଲ ଚାଳନା ପ୍ରତିଯୋଗୀତାରେ ଭାରତ ପାଇଁ ଗୈାରବ ଆଣି ପାରିବେ ବୋଲି ଆଶା ରଖିଛନ୍ତି ପ୍ରତିଯୋଗୀ ମାନେ।
କଟକରେ ଆୟୋଜିତ ରାଜ୍ୟ ସାଇକେଲ ଚାଳନା ପ୍ରତିଯୋଗୀତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଵା ପ୍ରତିଯୋଗୀ ମାନେ ଜାତୀୟ ଚାମ୍ପିଅନସିପରେ ଭାଗ ନେବା ପାଇଁ ଯୋଗ୍ୟତା ହାସଲ କରିଵେ। ଆସନ୍ତା ଡ଼ିସେମ୍ବର ୪ରୁ ୮ତାରିଖ ପର୍ଯ୍ୟନ୍ତ ଜାତୀୟ ସାଇକେଲ ଚାଳନା ପ୍ରତିଯୋଗୀତା ପୁରୀରେ ଆୟୋଜିତ ହେଵ।