ନୂଆଦିଲ୍ଲୀ ୧୮/୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ୩ ଟିକିଆ ଟେଷ୍ଟ ସିରିଜ୍ । ସିରିଜର ପ୍ରଥମ ମୁକାବିଲା ବେଙ୍ଗାଲୁରୁରେ ଖେଳାଯାଉଛି । ମ୍ୟାଚ୍ରେ ଟିମ୍ ଇଣ୍ଡିଆରେ ପ୍ରଥମ ପାଳିରେ ୪୬ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ତରଫରୁ କିଓ୍ୱି ବ୍ୟାଟର ରଚିନ ରବୀନ୍ଦ୍ର ଖେଳିଛନ୍ତି ଶତକୀୟ ପାଳି ।
ରଚିନ ରବୀନ୍ଦ୍ର ବେଙ୍ଗାଲୁରୁ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ୧୨୪ ବଲ୍ରେ ନିଜର ଶତକ କରିଥିଲେ । କହିବାକୁ ଗଲେ ନ୍ୟୁଜିଲାଣ୍ଡ ବ୍ୟାଟର ରଚିନ୍ ରବିନ୍ଦ୍ରନ ଭାରତୀୟ ବଂଶୋଦ୍ଭବ । ରଚିନ୍ ତାଙ୍କ ଜେଜେ ମାଆ-ଜେଜେବାପାଙ୍କ ସହ ବେଙ୍ଗାଲୁରୁରେ ରହୁଛନ୍ତି । ବିଶ୍ୱ କପ୍ ୨୦୨୩ ବେଳେ ସେ ତାଙ୍କ ଫ୍ୟାମିଲିକୁ ଭେଟିଥିଲେ । ୨୦୨୩ ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷରେ ଶତକ ମାରିଥିଲେ । ୯୪ ବଲ୍ରେ ମାରିଥିଲେ ୧୦୮ ରନ୍ କରିଥିଲେ ।
ବେଙ୍ଗାଲୁରୁରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍ର ପ୍ରଥମ ପାଳିରେ ଟିମ୍ ଇଣ୍ଡିାର ବ୍ୟାଟ୍ମମ୍ୟାନ୍ ବହୁତ ନିରାଶ କରିଥିଲେ । ମାତ୍ର ୪୬ ରନ୍ ସୀମିତ ରହିଥିଲେ ରୋହିତ ବ୍ରିଗେଡ । ସେପଟେ ନ୍ୟୁଜିଲାଣ୍ଡ ବ୍ୟାଟର ବେଙ୍ଗାଲୁରୁର ଦ୍ୱିତୀୟ ପାଳିରେ କମାଲ କରିଛନ୍ତି । ଯାହା ଚର୍ଚ୍ଚା ହେଉଛି କି, ଜଣେ ଭାରତୀୟ ପୁରା ଟିମ୍ ଇଣ୍ଡିଆ ଉପରେ ପଡିଛନ୍ତି ଭାରି ।