ଚୁଲ୍‌ବୁଲି ରଚନାଙ୍କ ସ୍ୱାଗ୍ ବାଲା ଡ୍ୟାନ୍ସ, ଫ୍ୟାନ୍ସ କହିଲେ- ଦିଦି ତୁମେ ଓଡିଶା ଫେରିଆସ…

Published By : Prameya-News7 Bureau | August 15, 2022 IST

କୋଲକାତା ୧୫।୦୮: ରଚନା ବାନାର୍ଜୀ । ଏଇ ନାଁଟି କିଏ ବା ନଜାଣେ । ଓଡିଆ ସିନେ ଇଣ୍ଟଷ୍ଟ୍ରିରେ ଦିନେ ଦର୍ଶକଙ୍କ ହୃଦୟ ରାଜ କରୁଥିଲେ ଏହି ଚୁଲ୍‌ବୁଲି ଅଭିନେତ୍ରୀ । କିନ୍ତୁ ଆଜିକା ଦିନରେ ଏହି ନାଁ ଟି ଆଉ ଓଡିଆ ଇଣ୍ଡଷ୍ଟ୍ରିରେ ଶୁଣିବାକୁ ମିଳୁନାହିଁ । ବରଂ ବଙ୍ଗଳା ଟେଲି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁଟି ବେଶ୍‌ ସାଉଁଟୁଛି ।

{"id":671012,"sizeSlug":"full","linkDestination":"none"}

ତେବେ ଏକଦା ଓଡିଆ ଫିଲ୍ମରୁ ଦୂରେଇ ଯାଇଥିବା ରଚନା ଏବେ ବଙ୍ଗଳା ଇଣ୍ଡଷ୍ଟ୍ରିରେ ନିଜର ଆକ୍ଟିଂ ଜଲଓ୍ୱା ଦେଖାଇଚାଲିଛନ୍ତି । ଏସବୁ ଭିତରେ ରଚନାଙ୍କ ଏକ ଡ୍ୟାନ୍ସ ଭିଡିଓ ଖୁବ୍‌ ଭାଇରାଲ ହେଉଛି । ରଚନା ବାନାର୍ଜୀ ନିଜ ସୋସିଆଲ ମିଡିଆ ଆକ୍ଟାଉଣ୍ଟ (ଇନ୍‌ଷ୍ଟାଗ୍ରାମ୍‌)ରେ ପୋଷ୍ଟ କରିଛନ୍ତି । ନିଜର ଜଣେ ସାଥୀ କଳାକାରଙ୍କ ସହ ଭିଡିଓରେ ନାଚୁଥିବାର ଦେଖିବାକୁ ମିଳିଛି । ଭିଡିଓଟି ଏବେ ଯାଏଁ ସୋସିଆଲ୍‌ ମିଡିଆରେ ଓ୍ୱାନ୍‌ ମିଲିୟନ୍‌ରୁ ଅଧିକ ଲୋକେ ଦେଖିସାରିଲେଣି ।

wp:html
/wp:html

ତେବେ ସବୁଠାରୁ  ମଜାଦାର କଥା ହେଉଛି କି, ରଚନାଙ୍କ ଏହି ଭିଡିଓରେ ଅନେକ ଓଡିଆ ଫ୍ୟାନ୍ସ କମେଣ୍ଟ ଦେଇଛନ୍ତି । ଏପିରିକି କେହି କମେଣ୍ଟ ଦେଇ କହିଛନ୍ତି ଯେ, ଦିଦି ତୁମେ ଓଡିଶା ଫେରିଆସ । ଆମେ ତୁମକୁ ବହୁତ ମିସ୍‌ କରୁଛୁ । ସେହିପରି କିଛି ବଙ୍ଗଳା ଦର୍ଶକ ବଙ୍ଗାଳୀ ଭାଷାରେ କମେଣ୍ଟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.