ରାସ୍ତା ପାର୍ ବେଳେ ଧକ୍କା ଦେଲା କାର୍, ଚାଲିଗଲା ରବିଙ୍କ ଜୀବନ
11/09/2023 at 12:47 PM

ଆନନ୍ଦପୁର ୧୧।୦୯ : କେନ୍ଦୁଝର ଜିଲ୍ଲା ୨୯ ନମ୍ବର ଜାତୀୟ ରାଜପଥ ସାଇଁକୁଳ ଛକ ନିକଟରେ ଦୁର୍ଘଟଣା । କାର୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ନନ୍ଦିପଦା ଥାନା ସମଣା ଗାଁର ରବିନାରାୟଣ ଜେନା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ସାଇଁକୁଳ ଠାରେ ଥିବା ପତିତପାବନ କଲେଜକୁ କୌଣସି କାମରେ ଆସିଥିଲେ ରବିନାରାୟଣ । ସାଇଁକୁଳ ଛକରେ ବସ୍ରୁ ଓହ୍ଲାଇ ରାସ୍ତା ପାର୍ ହେଉଥିଲେ । ଏହି ସମୟରେ ଯାଜପୁର ପଟୁ ଆସୁଥିବା ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ସେ ଗୁରୁତର ହୋଇ ରାସ୍ତାରେ ପଡିରହିଥିଲେ । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ରାସ୍ତାରୁ ଉଦ୍ଧାର କରି ପ୍ରଥମେ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାଙ୍କର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ସେପଟେ ପୋଲିସ ଦୁର୍ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି । ଏପିରିକି ଦୁର୍ଘଟଣା ଘଟାଇଥିବା କାର୍କୁ ଜବତ ରଖି ତଦନ୍ତ ଜାରି ରଖିଛି ।