'ଏହି କ୍ରିକେଟର ଟିମ୍‌ରେ ସାମିଲ ହେଲେ ଭାରତ ଜିତିବ ଟି-୨୦ ବିଶ୍ୱକପ୍‌', ଦଳକୁ ପରାମର୍ଶ ଦେଲେ ରବି ଶାସ୍ତ୍ରୀ

Published By : Prameya-News7 Bureau | August 08, 2022 IST

ମୁମ୍ବାଇ ୦୮।୦୮: ଟିମ୍‌ ମ୍ୟାନେଜମେଣ୍ଟଙ୍କୁ ରବି ଶାସ୍ତ୍ରୀଙ୍କ ପରାମର୍ଶ । ଯଦି ଟିମ୍‌କୁ ଆଗାମୀ ଟି-୨୦ ବିଶ୍ୱକପ୍‌ ଜିତିବାକୁ ଅଛି । ତେବେ ଏହି ସବୁ ଖେଳାଳିଙ୍କୁ ଟିମ୍‌ରେ ସାମିଲ କରନ୍ତୁ । ଦେଖିବେ ଟିମ୍‌ର ସନ୍ତୁଳନ ସଠିକ୍‌ ହେବ ।

ଖବର ଅନୁଯାୟୀ, ଓ୍ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଏବେ ଟିମ୍‌ ଇଣ୍ଡିଆ । ଦିନିକିଆ ସିରିଜ୍‌ ପରେ ଟିମ୍‌ ଇଣ୍ଡିଆ ଟି-୨୦ ସିରିଜ୍‌କୁ ମଧ୍ୟ କବ୍‌ଜା କରିଛି । ଖେଳାଳୀଙ୍କ ଦମ୍‌ଦାର୍‌ ପ୍ରଦର୍ଶନ ବଳରେ ଟିମ୍‌ ଏହି ଟାର୍ଗେଟକୁ ହାସଲ କରିପାରଛି । ତେବେ ଏହି ସବୁ ଭିତରେ ଟିମ୍‌ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କ ଏକ ବୟାନ ସାମ୍ନାକୁ ଆସିଛି । ଏକ ଘରୋଇ ଚ୍ୟାନେଲ୍‌କୁ ସାକ୍ଷାତକାର ଦେବା ସମୟରେ ଶାସ୍ତ୍ରୀ କହିଛନ୍ତି ଯେ,  ଆଗାମୀ ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଚୟନରେ ଦୃଷ୍ଟି ଦେବାକୁ ପଡିବ । ଖାସ୍‌ କରି ଦ୍ରୁତ ବୋଲର ଜସପ୍ରୀତ୍‌ ବୁମ୍‌ରାହ, ମହମ୍ମଦ ସାମି, ଭୁବନେଶ୍ୱର କୁମାର୍‌ଙ୍କୁ ସାମିଲ କରିବାକୁ ପଡିବ । ଏବଂ ଏମାନଙ୍କ ସହ ଅର୍ଶଦୀପ୍‌ ସିଂହଙ୍କୁ ମଧ୍ୟ ଟିମ୍‌ରେ ନିଆଯାଇପାରିବ । କାହିଁକି ଏବେକା ସମୟରେ ଅର୍ଶଦୀପଙ୍କ ପ୍ରଦର୍ଶନ ଏବଂ ପୁରୁଣା ବଲ୍‌ରେ ଓ୍ୱିକେଟ୍‌ ନେବାର କୌଶଳ କାମରେ ଆସିବ ।

ସୂଚନାଯୋଗ୍ୟ ଯେ, ଓ୍ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଅର୍ଶଦୀପ୍‌ ସିଂହ ବେଶ୍‌ ଭଲ ପ୍ରଦର୍ଶନ କରିଛନ୍ତି । ୫ଟିକିଆ ସିରିଜ୍‌ରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଓ୍ୱିକେଟ୍‌ ନେବା ସହ କମ୍‌ ରନ୍‌ ଦେଇଥିବା ବୋଲର ସାବ୍ୟସ୍ତ ହୋଇଛନ୍ତି । ଅର୍ଶଦୀପଙ୍କ ବଲ୍‌କୁ ଖେଳିବା ବ୍ୟାଟରଙ୍କ ପକ୍ଷରେ ବହୁ ଅସୁବିଧା ହେଉଥିବାର ମଧ୍ୟ ଦେଖାଦେଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.