ମିଳିଲା ଅନୁମତି, ରାଜଧାନୀର ୪ଟି ସ୍ଥାନରେ ହେବ ରାବଣ ପୋଡି

Published By : Prameya-News7 Bureau | October 05, 2022 IST

ଭୁବନେଶ୍ୱର ୦୫।୧୦ : ମିଳିଲା ଅନୁମତି । ଭୁବନେଶ୍ୱରରେ ୪ଟି ଜାଗାରେ ରାବଣ ପୋଡି ପାଇଁ ଅନୁମତି ଦେଲା ଅଗ୍ନିଶମ ବାହିନୀ । ରାଜଧାନୀର ବରମୁଣ୍ଡା, ଝାରପଡ଼ା, କୋରଡ଼କଣ୍ଟା ଏବଂ ପାହାଳରେ ଥିବା ପୂଜା କମିଟିକୁ ଅନୁମତି ଦେଇଛି ଅଗ୍ନିଶମ ବାହିନୀ । ଏହାପରେ କମିଶନରେଟ୍‌ ପୋଲିସ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯିବ । ରାବଣ ପୋଡି ପ୍ରସ୍ତୁତି ନେଇ ସମୀକ୍ଷା କରିବେ ପୋଲିସ ଓ ଅଗ୍ନିଶମ ବାହିନୀ ।

ଖବର ଅନୁଯାୟୀ, ବୁଧବାର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାବଣ ପୋଡି ନେଇ ପ୍ରସ୍ତତି ସରିଥିଲା । ହେଲେ ଅଗ୍ନିଶମ ବାହିନୀ କିମ୍ବା କମିଶନରେଟ୍‌ ପୋଲିସ ପକ୍ଷରୁ କାହାରିକୁ ଅନୁମତି ଦିଆଯାଇଥିଲା । ଆଉ ଏବେ ଅଗ୍ନିଶମ ବାହିନୀର ତର୍ଜମା ପରେ ଭୁବନେଶ୍ୱରର ୪ଟି ସ୍ଥାନରେ ରାବଣ ପୋଡିକୁ ଅନୁମତି ଦେଇଛି ଅଗ୍ନିଶମ ବାହିନୀ । କ୍ଷେତ୍ର ପରିଦର୍ଶନ ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଏହି ଅନୁମତି ଦିଆଯାଇଛି । ପରେ ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ନେଇ କ୍ଷେତ୍ର ପରିଦର୍ଶନ କରିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.